ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ଡାକ୍ତର ନର୍ସ ଙ୍କ ମରୁଡି l

ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ଡାକ୍ତର ନର୍ସ ଙ୍କ ମରୁଡି l

—-ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ଡାକ୍ତର ନର୍ସ ଙ୍କ ମରୁଡି l
ଗଜପତି,୨.୩(ମନୋଜ ପାଢ଼ୀ:– ପ୍ରଶାସନ ଙ୍କ ଅବହେଳା ଯୋଗୁ ଦୁଃଖ ଭଗୁଛନ୍ତି ତିନିଗୋଟି ପଞ୍ଚାୟତ ର ଅଂଚଳ ବାସି, ବର୍ଷ ବର୍ଷ ଧରି ଅପେକ୍ଷା କରି ଆସୁଛନ୍ତି ଛେଳିଗଡ଼ ଛେଲାଗଡ଼ ପୁଣି ଅବାରସିଙ୍ଗ ପଂଚାୟତ ର ଲୋକେ, କାରଣ ନିର୍ଭର କରନ୍ତି ଏହି ସୁସ୍ତ୍ୟ କେନ୍ଦ୍ର ରେ , ହେଲେ ସ୍ଥାୟୀ ଡାକ୍ତର ଷ୍ଟାଫ ନର୍ସ ମରୁଡି ପଡିଛି , ହେଲେ ରୋଗୀ ଆରୋଗ୍ୟ ହେବା ଫଳରେ ନିରାଶ ରେ ଫେରି ଯାନ୍ତି ରୋଗୀ, ସ୍ଥାୟୀ ଭାବରେ ରହୁନାହାନ୍ତି ଡାକ୍ତର କି ଷ୍ଟାଫ ନର୍ସ ପୁଣି ଏନମ, କେବଳ ବିଭାହ ଭୋଜି କୁ ଆସିଲା ଭଳି ଆସୁଛନ୍ତି ପୁଣି ଫେରି ଯାଉଛନ୍ତି ସବୁ କର୍ମଚାରୀ l କାରଣ ଛେଳିଗଡ଼ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅଛି ସତ, ହେଲେ ଡାକ୍ତର ଅଭାବ l ହଁ ଦର୍ଶକ ବନ୍ଧୁ ଭଲ ରେ ଦେଖନ୍ତୁ ଏହି ମେସିନ କୁ, ବର୍ଷ ବର୍ଷ ଧରି ଖତ ଖାଇବା ରେ ଲାଗିଛି ଲକ୍ଷାଧିକ ଟଙ୍କାର ମେସିନ, କାରଣ ଏହି ମେସିନ ଟି ପ୍ରାୟ 10 ରୁ 12 ବର୍ଷ ହେବ ବାହାରେ ହିଁ ରଖା ଯାଇଛି ହେଲେ ବର୍ଷା ଖରା ଖାଇ ଖତ ଖାଉଛି l

ଏହି ମେସିନ ରକ୍ଷଣ ବେକ୍ଷଣ ପାଇଁ କରାଯାଇଛି ଘର, ହେଲେ କାର୍ଯ୍ୟକ୍ଷମ ହେଇ ପାରୁନି ଘର କି ଲକ୍ଷାଧିକ ଟଙ୍କାର ମେସିନ l ଅଂଚଳ ବାସି ଆଣିଲେ ସାଙ୍ଘାତିକ ଅଭିଯୋଗ l ଡବଲ ଇଞ୍ଜିନ ସରକାର ଙ୍କ ପ୍ରତିଶୃତି କେବେ ହେବ ପୂରଣ, ହେଲେ କାହିଁକି ଅଣ ଦେଖା କରୁଛନ୍ତି କି ସରକାର? ସେପଟେ ରୋଗୀ ଙ୍କ ପାଇଁ ଅନେକ ଯୋଜନା କରୁଥିବା ବେଳେ, ଏପଟେ ରୋଗୀ ହନ୍ତସନ୍ତ l ଅଂଚଳ ରେ ଅନେକ ଦିନ ଧରି ଡାକ୍ତର କି କୌଣସି କର୍ମଚାରୀ ନଥିବାରୁ, ଏବଂ ଆମ୍ବୁଲାନ୍ସ ସେବା ନଥିବାରୁ, ଛେଳିଗଡ଼ ଆୟୁଷ୍ମାନ କେନ୍ଦ୍ର ସମୁଖରେ ଠିଆ ହୋଇ ସରକାର ଙ୍କୁ ନିଜ ଅଂଚଳ ର ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରୁଛନ୍ତି ଅଂଚଳ ର ବୁଦ୍ଧି ଯିବି ମାନେ l ତେବେ ଖବର ପ୍ରସାରଣ ପରେ କେବେ ସ୍ଥାୟୀ ଡାକ୍ତର ଏବଂ ଷ୍ଟାଫ ନର୍ସ ଏନେମ ସହ ଆମ୍ବୁଲାନ୍ସ ଗାଡି ରହିବ ତାହା ଅଂଚଳ ବାସୀଙ୍କ ଅପେକ୍ଷା l