ମା ଗ୍ରାମଦେବୀ କ୍ରିକେଟ ଟୁର୍ନାମେଣ୍ଟ ରେ ପଦ୍ମପୁର ଦଳ ଚାମ୍ପିୟନ
ରାୟଗଡ(info media) ରାୟଗଡ ଜ଼ିଲ୍ଲା ପଦ୍ମପୁର ବ୍ଲକ ର ଇନ୍ଦୁପୁର ପଂଚାୟତ ସଦର ମୋହକୁମା ଠାରେ ଆୟୋଜିତ କିଶୋର ବାଇକ ପୋଇଁଟ ଦ୍ୱାରା ସ୍ପନସେର ମା ଗ୍ରାମଦେବୀ କ୍ରିକେଟ ଟୁର୍ନାମେଣ୍ଟ ର ଫାଇନେଲ ଖେଳ ରେ ପଦ୍ମପୁର ଦଳ ଇନ୍ଦୁପୁର ଦଳ କୁ ପରାଜିତ କରି ଚାମ୍ପିୟନ ହୋଇଛି l ସୂଚନା ଯୋଗ୍ୟ ଯେ ଏହି ଦୀର୍ଘ 20 ଦିନ ଧରି ଚାଲିଥିଲା l ଏହି ଟୁର୍ନାମେଣ୍ଟ କୁ ଗୁଣୁପୁର ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ (ଶିବ ) ଗୌଡ଼ ଓ ଇନ୍ଦୁପୁର ସମିତି ସଭ୍ୟ ଗୋଦାବରୀ ରାଉତ ଉଦଘାଟନ କରିଥିବା ବେକେ ଉଦଯାପନୀ ଦିବସ ରେ ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେପି ଉପସଭାପତି ତଥା ରାୟଗଡ ଜ଼ିଲ୍ଲା ବିଜେପି ର ପ୍ରଭାରୀ କେ ନାରାୟଣ ରାଓ ଓ ରାୟଗଡ ଟ୍ରକ ମାଲିକ ସଙ୍ଘ ସଭାପତି ତଥା ସମାଜସେବୀ ଓ ବିଜେପି ର ବରିଷ୍ଠ ନେତା ଭେଙ୍କଟେଶ୍ୱର ରାଓ ( କୋଣ୍ଡା ବାବୁ ) ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସାହିତ କରିବା ଖେଳାଳି ଙ୍କୁ ପୁରସ୍କାର ବିତରଣ କରିଥିଲେ l ବିଜେତା ଦଳ ପଦ୍ମପୁର କୁ ଟ୍ରଫି ସହିତ ନଗଦ 22 ହଜାର ଓ ଉପବିଜେତା ଦଳ ଇନ୍ଦୁପୁର କୁ ଟ୍ରଫି ସହିତ ନଗଦ 15 ହଜାର ଟଙ୍କା ନାରାୟଣ ରାଓ ଓ କୋଣ୍ଡା ବାବୁ ପ୍ରଦାନ କରିଥିଲେ l କୋଣ୍ଡା ବାବୁ ନିଜ ବକ୍ତବ୍ୟ ରେ କହିଥିଲେ ଯେ ବିଭିନ୍ନ ପ୍ରକାର ର ଖେଳ ଅନୁଷ୍ଠିତ ଦ୍ୱାରା ଆମ ମସନଙ୍କ ମଧ୍ୟରେ ଭାଇଚାରା ସହିତ ସମ୍ପର୍କ ସୃଷ୍ଟି ହେଉଛି l
ଏହି ଟୁର୍ନାମେଣ୍ଟ କୁ ମୋତେ ଇନ୍ଦୁପୁର ବାସୀ ନିମନ୍ତ୍ରଣ କରିଥିବାରୁ ରୁ ମୁଁ ବେଶ ଖୁଶୀ ଆପଣଙ୍କ ପାଇଁ ମୋର ରାୟଗଡ ଅଫିସ 24 ଘଣ୍ଟା ଖୋଲା ଆପଣ ମାନେ ଆସି ଆପଣଙ୍କ ଅଭାବ ଅସୁବିଧା ଜଣାଇପାରିବେ ବୋଲି କହିଥିଲେ l ହାରିଲେ ହି ଜିତ ରହିଛି ଆଜି ହାରିଲି ବୋଲି ଦୁଃଖ ନାହିଁ କାଲିକି ନିଶ୍ଚିତ ଜିତ ରହିଛିବୋଲି ନାରାୟଣ ରାଓ କହିଥିଲେ l କୋଣ୍ଡା ବାବୁ ଙ୍କ ସହିତ ରାୟଗଡ ରୁ କୋଣ୍ଡା ବାତୁଲୁ ଶ୍ରୀନିବାସ, ହସମୁଖ ହାକୁ ଭାଇ, ଆଇନଜୀବୀ ବିରଜା ପାତ୍ର, ଜିତେନ୍ଦ୍ର ବେହେରା, ଙ୍କ ସହିତ ବହୁ ବିଜେପି ର କର୍ମକର୍ତା ଆସିଥିଲେ l ଠିକ ସେହିପରି ଗୁଣୁପୁର ଅଂଚଳ ରୁ ବିଜେପି ର ବିଧାୟକ ପ୍ରାର୍ଥୀ ତ୍ରିନାଥ ଗୋମାଙ୍ଗ, ସମାଜସେବୀ ସଞ୍ଜୟ ସାହୁ, ଚଗଲା ପଣ୍ଡା, ଗୁଣୁପୁର ନିର୍ବାଚନ ମଣ୍ଡଳୀ ର ବିଜେପି ଆଶାୟୀ ବିଧାୟକ ପ୍ରାର୍ଥୀ ଅଭିନାଶ ଗୋମାଙ୍ଗ, ଆଖୁସିଂ ସରପଞ୍ଚ ମହାପାତ୍ର, ମଣ୍ଡଳ ସଭାପତି ଗଜପତି, ହରେକୃଷ୍ଣ ଲିଡ଼ ଙ୍କ ସହିତ ବହୁ କର୍ମୀ ଯୋଗ ଦେଇଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
