ଗୁଣପୁର ପୌର କାର୍ଯ୍ୟାଳୟକୁ ବିଜେଡିର ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ

ଗୁଣପୁର ପୌର କାର୍ଯ୍ୟାଳୟକୁ ବିଜେଡିର ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ

ଗୁଣପୁର ପୌର କାର୍ଯ୍ୟାଳୟକୁ ବିଜେଡିର ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ

ରାୟଗଡ,(Info Media): ଗୁଣପୁର ପୌରପାଳିକା କର୍ତ୍ତୃପକ୍ଷଙ୍କ ଦୁର୍ନୀତି ବିରୋଧରେ ବିଜେଡି ଦଳ ପକ୍ଷରୁ ପୌର ପାଳିକା କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି କର୍ତ୍ତୃପକ୍ଷଙ୍କୁ କଢ଼ା ସମାଲୋଚନା କରିଛନ୍ତି I ସ୍ଥାନୀୟ ପୂର୍ବ ବିଭାଗ ଡାକ ବଙ୍ଗଳାରୁ ବିଜେଡି କର୍ମୀ ମାନଙ୍କ ଏକ ବିରାଟ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ପହଂଚି ପୌର ପାଳିକାର ଦୁର୍ନୀତି କୁ ବିରୋଧ କରି ୫ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ରକୁ ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପ ଙ୍କୁ ପ୍ରଦାନ କରିଥିଲେ ନିର ପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ । ପୌର ପାଳିକା ଅଧ୍ଯକ୍ଷା ଉପାଧ୍ଯକ୍ଷ ଓ ନିର୍ବାହୀ ଅଧିକାରୀ ମିଳିତ ଭାବେ ଦୁର୍ନୀତିରେ ଲିପ୍ତ ଥିବା ବା ନେତା ମାନେ ଅଭିଯୋଗ କରିଥିଲେ I ଦୁର୍ନୀତିର ତଦନ୍ତ ଦାୟିତ୍ଵ ଭିଜଲାନ୍ସ ବିଭାଗକୁ ହସ୍ତାନ୍ତର କରିବା ସହ ଅଡିଟ ବିଭାଗ ଦ୍ୱାରା ସ୍ୱତନ୍ତ୍ର ଅଡିଟ କରିବାକୁ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ | ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା, ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲା ମହିଳା ବିଜେଡି ସଭା ସଭାନେତ୍ରୀ ଅନୁସୂୟା ମାଝି, ରାଜ୍ୟ ଯୁବ ବିଜେ ଜେଡିର ଦେବାଶିଷ ଖାଡ଼ଙ୍ଗା, ବିଜେଡି ନେତା ଦେବୀ ପ୍ରସାଦ ଆଚାର୍ଯ୍ୟ, ମୁନା ପାଣି, ଏସ ବାବା ବା ପ୍ରସାଦ ପୌର ପାଳିକା ଓ ବିଜେପି ସରକାର ଙ୍କ ବିରୋଧରେ ବିଷାଦଗାର କରିଥିଲେ l ଗୁଣପୁର ପୌର ପାଳିକା ଦୀର୍ଘ ବର୍ଷ ହେଲା ଦୁର୍ନୀତି ଓ ବେନିୟମ କାର୍ଯ୍ୟ ପାଇଁ ଦୁର୍ନାମ ରହିଛି। ଗତ ଦୁଇ ବର୍ଷ ହେଲା ଅଢେଇ କୋଟି ଟଙ୍କାର ପରିମଳ ଟେଣ୍ଡର ନଡାକି କର୍ତ୍ତୃପକ୍ଷ ଓ ରାଜ ନେତା ନିଜେ ପରୋକ୍ଷରେ ପରିଚାଳନା କରି କୋଟି କୋଟି ଟଙ୍କା ହଡ଼ପ କରୁଛନ୍ତି l ଗତ 4 ବର୍ଷ ହେଲା ଦୈନିକ ବଜାର ଟିକସ ଓ ପାର୍କିଙ୍ଗ ଫି ଆଦାୟ ଟେଣ୍ଡର ନ କରି କର୍ତୃପକ୍ଷ ନିଜେ ଦେୟ ଆଦାୟ କରି 50 ପ୍ରତିଶତ ଖାଇଦେଉଥିବା ଅଭିଯୋଗ କରାଯାଇଥିଲା l ଜମି ଓ ଘର ଲେଆଉଟ ଟାଉନ ପ୍ଲାନିଂ ସମୟରେ ମଧ୍ୟସ୍ଥି ଜରିଆରେ ବ୍ୟାପକ ଭାବେ ଲାଞ୍ଚ ଟଙ୍କା ଆଦାୟ କରାଯାଇଛି l ପୌର ପାଳିକା କୁ ଟାଉନ ପ୍ଲାନିଂ ଅନୁମୋଦନ ବେଳେ ମିଳିଥିବା ପ୍ରାୟ ୫୦ କୋଟି ଟଙ୍କା ମୂଲ୍ୟର ମୂଲ୍ୟବାନ ଜମିକୁ ହଡ଼ପ କରାଯାଇଛି I ଏଥିରେ ପ୍ରତତ୍ୟକ୍ଷ ଭାବେ ଅମିନ ଓ ନେତାଙ୍କ ସମ୍ପୃକ୍ତି ରହିଥ‌ିବା ନେଇ ବିଜେଡି ନେତା ମାନେ ଅଭିଯୋଗ କରିଥିଲେ | ମୁକ୍ତା ଯୋଜନାରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଗୁଡିକ ମାଟିରେ ମିଶି ଯାଇ ବ୍ୟାପକ ଦୁର୍ନୀତି ହୋଇଥିବା ଓ ପ୍ରାୟ 5 କୋଟି ଟଙ୍କା ବ୍ୟୟ ପରେ ମଧ୍ୟ୍ୟ ମୋ ପଖରୀ ଯୋଜନା ର ପ୍ରକଳ୍ପ ଗୁଡିକ ଅଧ ପନ୍ତର ହୋଉ ରହିଥିବା ନେଇ ଅଭିଯୋଗ କରିଥିଲେ lସେହିପରି ପାଇଖାନା ନିର୍ମାଣରେ ମଧ୍ୟ ଦୁଇ କୋଟି ଟଙ୍କ ହଡ଼ପ ହୋଇଥିବା ହାଇଥିବା ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା I ଅପର ପକ୍ଷରେଚଳିତ ଖରିଫ ବିପଣନ ଋତୁ ୨୦୨୫-୨୬ରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାର ଫେଲ୍ ମାରିଥିବାରୁ ଜିଲ୍ଲାରେ ଚାଷୀ ଭାଇମାନେ ଧାନ ବିକିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଡବଲ ଇଞ୍ଜିନ ସରକାର ପୁଞ୍ଜିପତିଙ୍କୁ ଅନୁକମ୍ପା ପ୍ରଦର୍ଶନ କରି ଟିକସ ଛାଡ଼ କରି ଚାଷୀଙ୍କୁ ଉପହାସ କରି ଚାଲିଛି।ଗାଜ୍ୟରେ ଦିନକୁ ଦିନ ବିଗୁଡ଼ିଥିବା ଇନଶୃଙ୍ଖଳା ପରିସ୍ଥିତିର ଅଧୋଗତିର ତୁରନ୍ତ ସମାଧାନ ପାଇଁ ନେତା ମାନେ ବାବି କରିଥିଲେ । ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ ପରେ ଆଜି ପୂର୍ବାହ୍ନରେ ନୂଆ ବସଷ୍ଟାଣ୍ଡ ନିକ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସ୍ଥାନୀୟ ପୌର ପାଳିକା କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ, ପୁରୁଣା ବସଷ୍ଟାଣ୍ଡ, ବଡ଼ ବଜାର ଛକରେ ନେତା ମାନେ ପୌର ପାଳିକାର ଦୁର୍ନୀତି ବିରୋଧରେ କଢ଼ା ସମାଲୋଚନା କରିଥିଲେ | ଏହି ସମାବେଶରେ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା, ରାଜ୍ୟ ବିଜେତି ସାଧାରଣ ସମ୍ପାଦକ ସୁଧୀର କୁମାର ଦାଶ, ଜିଲ୍ଲା ପରିଷଦ ଅଧ୍ଯକ୍ଷା ସରସ୍ୱତୀ ମାଝି, ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ, ମାଝୀ, ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ଯକ୍ଷା ଅନୁସୂୟା ମାଝି, ଦେବାଶିଷ ଖାଡ଼ଙ୍ଗା, ବରିଷ୍ଠ ଉପ ସଭାପତି, ବିଜୁ ଯୁବ ଜନତା ଦଳ, ବିଷ୍ଣୁ ପ୍ରସାଦ ପଣ୍ଡା, ଛାତ୍ର କାର୍ଯ୍ୟକାରୀ ସଭାପତି,ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପି.ଗୌରୀ ଶଙ୍କର ରାଓ, ବରିଷ୍ଠ ବିଜେଡି ନେତା ଗଗନ ଆଚାର୍ଯ୍ୟ,ଜ଼ିଲ୍ଲା ଉପ ସଭାପତି ଇପିଲି ଧବଳେଶ୍ଵର ନାଇଡ଼, ଜିଲ୍ଲା ଉପ ସଭାପତି, ଏସ ବାବା ପ୍ରସାଦ, ଶ୍ରୀ ଦୁର୍ଗା ସାହୁ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି କୁଳା ପାଣିଗ୍ରାହୀ, ବରିଷ୍ଠ ବିଜେଡି ନେତା ଅଶ୍ଵନୀ ଗମାଙ୍ଗ, ବାଳି ଗମାଙ୍ଗ, ପୂର୍ବତନ ସମ୍ପାଦକଜଗଦୀଶ ନାୟକ ବେହେରା, କୋମଳ ମୁଟିକା, ଜିଲ୍ଲା ପରିଷଦ ବାତ୍ରୀ ମଣ୍ଡାଙ୍ଗୀ, ଗଦାବରୀ ରାଉତ, ଦୁର୍ଗା ସାହୁ, ମଣ୍ଡୁ ଆଚାର୍ଯ୍ୟ, ଦେବନ୍ଦ୍ର ପାଢ଼ୀ, ମଙ୍ଗଳା ଦିବାକା, ଇସମାଇଲ ଶବର, ମାର୍କ ଦଳ ବେହେରା, ଅକ୍ଷୟ ରଇତ, କାଉନସିଲର ଦେବୀ ଆଚାର୍ଯ୍ୟ, ନଗର ସଭାପତି ପୂର୍ଣ୍ଣ ଚନ୍ଦ୍ର ବାଉରୀ, ବରିଷ୍ଠ ବିଜେଡି ନେତା ମୁନା ପାଣି , ବିଷ୍ଣୁ ପଣ୍ଡା କାର୍ଯ୍ୟକାରୀ ସଭାପତି ଛାତ୍ର ଜନତା ଦଳ, ଲକ୍ଷ୍ମୀ ମହାପାତ୍ର ଆଡୁକୁରୁ ନାଗୁ, ଶିବ ପାଢ଼ୀ, ସୁଳିତ ଶତପଥ୍, ରାମ ପଣ୍ଡା ଜିତୁ ପଣ୍ଡା, ମିକୁ ପ୍ରଧାନ, ସୁରଳ ପାତ୍ର, ରିଣ୍ଟୁଦାଶ, ରାଜ୍ୟ ବିଷ୍ଣୁ ଛାତ୍ର ଜନତା ଦଳ କାର୍ଯ୍ୟକାରୀ ସଭାପତି ରଂଜିତ ଦାସ, ରାଜେଶ କୁମାର ପଣ୍ଡା, ସନ୍ତୋଷ ମହାନ୍ତି, ପି ପ୍ରସାଦ,ଢି କାରିଆନାଙ୍କ ସମେତ ବହୁ ବିଜେଡି ନେତୃମଣ୍ଡଳୀ, ବିଭିନ୍ନ ବ୍ଲକର ବି ର ଚେୟାରମ୍ୟାନ, ବ୍ଳକ ସଭାପତି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ଦୁଇ ହଜାର ବିଜେଡି କର୍ମୀ ଅଂଶଗ୍ରହଣ କରିଥିଲେ |ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ[28/02, 5:50 pm] Amulya Bhai Rayagada: ଅବସର ଦିବସରେ ଚୁଡାନ୍ତ ପେନସନ ପ୍ରଦାନ କଲେ ବିଇଓ ରାୟଗଡ଼ ରାୟଗଡ଼ ତା 28.2.2026 ରାୟଗଡ ( ସ୍ୱ ପ୍ର ):ରାୟଗଡ଼ା ବ୍ଳକ ଶିକ୍ଷାଧିକାରୀ ଦାଇତ୍ଵରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନ ଲାଲ ମାଝୀ ଶନିବାର ଦିନ ଅବସର ପ୍ରାପ୍ତ ଦୁଇଜଣ ଶିକ୍ଷକଙ୍କୁ ଅବସରକାଳୀନ ଚୁଡାନ୍ତ ପେନସନ ମଞ୍ଜୁରୀ ପତ୍ର ପ୍ରଦାନ କରିଛନ୍ତି |ଜୟଗୁରୁ ପ୍ରାଥମିକ ବିଦ୍ୟାଳୟରୁ ହରିଶ୍ଚନ୍ଦ୍ର ପୃଷ୍ଟି , କତାଗୁଡା ପ୍ରାଥମିକ ବିଦ୍ୟାଳୟ ରୁ ସୁବାସ ଦାଶ ଶନିବାର ଦିନ ସରକାରୀ ଚାକିରୀରୁ ଅବସର ନେଇଛନ୍ତି | ପୂର୍ବରୁ ଏଥିପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଥିଲା | ଏଣୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତଥା ରାୟଗଡ଼ ବ୍ଳକ ଶିକ୍ଷକ ସଂଘ ତରଫରୁ ରାୟଗଡ଼ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମାଝୀ ଏବଂ ସୌମ୍ୟ ରଞ୍ଜନ ପଣ୍ଡା ସମେତ ତାଙ୍କର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି | ଏହି ଅବସରରେ ଜୟ ଗୁରୁ ପ୍ରାଥମିକ ବିଦ୍ୟାଳୟରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା | ପୌର ଉପାଧ୍ୟକ୍ଷା ସୁଭ୍ରା ପଣ୍ଡା, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ନୀଳାଞ୍ଚଳ ମିଶ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ଗୌରାଙ୍ଗ ବେବର୍ତ୍ତା, ଘନଶ୍ୟାମ ସାହୁ, ପୂର୍ବତନ ସିଆରସିସି ଜଗତ କୁମାର ବେବର୍ତ୍ତା, ପ୍ରଧାନ ଶିକ୍ଷୟିତ୍ରୀ ଇନ୍ଦିରା ପାଢୀ