ରଣ୍ଡିବା ଉଚ୍ଚ ବିଦ୍ୟାଳୟରେ ରୌପ୍ୟ ଜୟନ୍ତୀ ଧୂମଧାମ ସହ ପାଳିତ।

ରଣ୍ଡିବା ଉଚ୍ଚ ବିଦ୍ୟାଳୟରେ ରୌପ୍ୟ ଜୟନ୍ତୀ ଧୂମଧାମ ସହ ପାଳିତ।

ରଣ୍ଡିବା ଉଚ୍ଚ ବିଦ୍ୟାଳୟରେ ରୌପ୍ୟ ଜୟନ୍ତୀ ଧୂମଧାମ ସହ ପାଳିତ।

ଗଜପତି,୨୩.୧(ମନୋଜ ପାଢ଼ୀ)ଗଜପତି ଜିଲ୍ଲା ରା, ଉଦୟଗିରି ବ୍ଲକ ର ରାଣ୍ଡିବା ଉଚ୍ଚବିଦ୍ୟାଳ ରେ ଧୂମଧାମ ରେ ରୌପ୍ୟ ଜୟନ୍ତୀପାଳନ ହୋଇଯାଇଛି।୧୯୯୬ ଆରମ୍ଭ ହୋଇଥିବା ଏଇ ବିଦ୍ୟାଳୟକୁ ଇତିମଧ୍ୟରେ ବ୍ଲକ ଗ୍ରାଣ୍ଟ ମାନ୍ୟତା ମଧ୍ୟ ମିଳିସାରିଛି। ୨୫ ବର୍ଷ ପରେ ମଧ୍ୟ ବିଦ୍ୟାଳୟର ପ୍ରଥମ ବ୍ୟାଚଠାରୁ ବର୍ତ୍ତମାନର ବ୍ୟାଚଯାଏ, କୃତକାର୍ଯ୍ୟ ସହ ଚାକିରି ପାଇଥିବା ଛାତ୍ରଛାତ୍ରୀ କିଏ ତ ଶିକ୍ଷକ କିଏ ତ ଇଞ୍ଜିନିଅର ପୁଣି କିଏ ତ ପୋଲିସ କାର୍ଯ୍ୟରେ ରହିଥିବା ବେଳେ,ଏ ରୌପ୍ୟ ଜୟନ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିକ୍ଷକଶିକ୍ଷୟତ୍ରୀଙ୍କ ସହ ସାମିଲ ହୋଇ, ତା ୨୦ ରୁ ୨୨ ରାତି ପର୍ଯ୍ୟନ୍ତ ତିନି ଦିନ ଧରି ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ପିଲାମାନଙ୍କୁ ନେଇ ରୌପ୍ୟ ଜୟନ୍ତୀ ସମାହର ପାଳନ କରା ଯାଇଥିଲ l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରତ୍ୟେକ ଜଣଙ୍କୁ ଉପଢ଼ଙ୍କନ ସହ ଫୁଲ ତୋଡ଼ା ପୁଣି ମାନପତ୍ର ଦେଇ ସମ୍ମାନୀତ କରାଯଇଥିଲା । ଯୋଗ ଦେଇଥିବା ମୁଖ୍ୟ ଅତିଥି ମାନଙ୍କୁ ମଧ୍ୟ୍ୟ ସମ୍ମାନୀତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରାଣ୍ଡିବା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ଏବଂ ପ୍ରତ୍ୟକ ସ୍କୁଲ କମିଟି ବୃନ୍ଦ ଙ୍କ ଉପସ୍ଥିତ ରେ ସୁଚାର ରୂପେ ପରିଚାଳନା ହୋଇଥିଲା l ପ୍ରତିଦିନ ସନ୍ଧ୍ୟା ସମୟରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇ ଲୋକଙ୍କୁ ଆକର୍ଷିତ କରାଯାଇଥିଲା।