କୋଟଗଡ଼ ଆଇ ଟି ଆଇ ରେ ବାର୍ଷିକ କ୍ରୀଡ଼ା ମହୋତ୍ସବ
କନ୍ଧମାଳ -ତା ୨୧/୦୧ (ରିପୋର୍ଟ କୁନା ଦିଗାଲ)କନ୍ଧମାଳ ଜିଲ୍ଲା କୋଟଗଡ଼ ସ୍ଥିତ ଆଇ ଟି ଆଇ ରେ ଦୁଇ ଦିନ ବ୍ୟାପୀ ବାର୍ଷିକ କ୍ରୀଡ଼ା ମହୋତ୍ସବ ୨୦୨୫-୨ ୬ଉତ୍ସାହ ଓ ଉଦ୍ଦୀପନା ସହକାରେ ଅନୁଷ୍ଠିତ ହୋଇଥିଲା l ଏହି ଅବସର ରେ ଆଇ ଟି ଆଇ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ସାହାଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଦୀପକ ରଞ୍ଜନ ପାଢୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଉତ୍ତମ ସ୍ଵାସ୍ଥ୍ୟ ପାଇଁ କ୍ରୀଡା ଜରୁରୀ ଏଣୁ ସମସ୍ତେ କ୍ରୀଡ଼ା ପ୍ରତିଯୋଗୀତାରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ l ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ କ୍ରୀଡ଼ା ପ୍ରତିଯୋଗୀତାରେ ଦୌଡ, ସଟ ଫୁଟ,କ୍ରିକେଟ, ଭଲିବଲ, ଫୁଟବଲ, ଆଦି ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l କୋଟଗଡ ଆଇଟିଆଇ ର ସମସ୍ତ ଟ୍ରେଡ୍ ର ପ୍ରଶିକ୍ଷୁ ମାନେ ଅଂଶ ଗ୍ରହଣ କରି ଥିଲେ lଇଲେ କ୍ଟ୍ରି ସିଆନ ଟ୍ରେଡ ର ପ୍ରସୀକ୍ଷୁ ମାନେ କ୍ରିକେଟ୍, ଭଲି ବଲ୍, ଓ ଫୁଟ ବଲ ଖେଳ ରେ ଭଲ ପ୍ରଦର୍ଶନ କରି ଅତିଥି ମାନଙ୍କ ଠାରୁ ଚମ୍ପିୟାନ ଟ୍ରଫି ହାସଲ କରିଥିଲେ l ସମସ୍ତ କର୍ମଚାରୀଂକ ଆନ୍ତରିକ ସହଯୋଗ ରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା l
