ଶିଶୁମନ୍ଦିରରେ ‘ସପ୍ତ ଶକ୍ତି’ ସଙ୍ଗମ କାର୍ଯ୍ୟକ୍ରମ ।
ଗଜପତି,୧୮.୧.(ମନୋଜ ପାଢ଼ୀ ): ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମହିଳାଙ୍କ ସପ୍ତ ଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସରିତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ଆଶାଲତା ପାଣିଗ୍ରାହୀ ଯୋଗ ଦେଇ ଗୀତାର ଦଶମ ଅଧ୍ୟାୟରେ ବର୍ଣ୍ଣିତ କୀର୍ତ୍ତି, ଶ୍ରୀ, ବାଣୀ, ସ୍ମୃତି, ମେଧା, ଧୃତି ଓ କ୍ଷମା ଆଦି ନାରୀଙ୍କ ଠାରେ ନିହିତ ସପ୍ତଶକ୍ତି ସମ୍ବନ୍ଧରେ ଆଲୋକପାତ କରିଥିଲେ | ଅନ୍ୟତମ ଅତିଥ୍ ଡ.ଅନ୍ନପୂର୍ଣ୍ଣା ଦେବୀ ଭାରତର ବିକାଶରେ ନାରୀଙ୍କ ଭୂମିକା ବିଷୟରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନୀ ଭୁକ୍ତା, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟାଙ୍ଗନା ବିନ୍ଦୁପ୍ରିୟା ବେହେରା ଏବଂ ଡି. ପ୍ରିୟଙ୍କାଙ୍କୁ ସମ୍ବଦ୍ଧିତ କରାଯାଇଥିଲା | ଆଚାର୍ଯ୍ୟା ଶୈଳେଷ୍ଠା ଖଡ୍ଗରାୟ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ରଶ୍ମିତା ନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ପ୍ରେମାଞ୍ଜଳି ପଣ୍ଡା ସଂକଳ୍ପ ପାଠ କରାଇଥିଲେ | ଆଚାର୍ଯ୍ୟା ଶିବାନୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ ମହନ୍ତ ରାମାନନ୍ଦ ଦାସ ଓ ସଦସ୍ୟା ସବିତା ଗମାଙ୍ଗ ଉପସ୍ଥିତ ରହିଥିଲେ | କାର୍ଯ୍ୟକ୍ରମଟି ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ମାର୍ଗଦର୍ଶନ ଓ ସମସ୍ତ ଆଚାର୍ଯ୍ୟ/ ଆଚାର୍ଯ୍ୟା ସହଯୋଗ କରିଥିଲେ।
