Home / Odisha News / ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ଗଜପତି,୨୪.୮ (ମନୋଜ କୁମାର ପାଢୀ) ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି । ଶନିବାର ଦିନ ବିଳମ୍ବିତ ରାତିରେ ଅଡ଼ବା ଛକ ନିକଟରେ ଗାଡ଼ି ଯାଞ୍ଚ ବେଳେ ବ୍ରହ୍ମପୁରରୁ ଉମରକୋଟ ଅଭିମୁଖେ ଯାଉଥିବା କାମଧେନୁ ନାମକ ଗାରୋଇ ବସ୍‌କୁ ( ଓଡି ୩୨ ଇଚ ୨୯୨୮ ) ଅଟକାଇ ଯାଞ୍ଚ କରା ଯାଇଥିଲା। ଯାଞ୍ଚ ବେଳେ ବସ୍‌ରୁ ୭ଟି କାର୍ଟୁନ ବକ୍ସ ମିଳିଥିଲା।ପ୍ରତ୍ୟେକ କାର୍ଟୁନରେ ୩ଟି ଲେଖାଏଁ ବ୍ୟାଗ୍‌ ଥିବା ବେଳେ ସେଥିରେ ‘ମାଲା ମାଲ’ ନାମକ ଗୁଟଖା ପାଉଚ୍‌ ବାହାରିଥିଲା। ଗୁଟଖା ଚାଲାଣ ରେ କୌଣସି କାଗଜପତ୍ର ଦେଖାଇ ପାରିନଥିବାରୁ ପୋଲିସ ସମସ୍ତ ଗୁଟଖାକୁ ଜବତ କରିଛି । ଏନେଇ ଅଡ଼ବା ଥାନାରେ ଏକ ମାମଲା ୧୮୩/୨୬ ରେ ରୁଜୁ କରାଯାଇ ତଦନ୍ତ ଜାରି ରଖିଛି । ଜବତ ଗୁଟଖା କେଉଁଠାରୁ ଆସିଥିଲା, ଏହାର ମାଲିକ କିଏ, କେଉଁଠାକୁ ପଠାଉଥିଲା ଏବଂ ଏଥିରେ କାହାର ସମ୍ପୃକ୍ତି ରହିଛି ଅଧିକା ଯାଞ୍ଚ ଚାଲିଥିବା ଅଡବା ଥାନା ଅଧିକାରୀ ସନ୍ତୋଷ କୁମାର ବିଶୋୟୀ କହିଛନ୍ତି ।