ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ୨୦୨୫ ନାମଲେଖା ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଗଜପତି,୧୪.୧.(ମନୋଜ ପାଢ଼ୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ୨୦୨୫ ନାମଲେଖା ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ସଂଯୋଜକ ଶ୍ରୀମତୀ ମୋନାଲିସା ଦାଶ , ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଏସ୍. ଗିରିଧର , ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗୋଷାଣି ଶ୍ରୀ ନିଲାପୁ ବିମଳ , ସହ ସଂଯୋଜକ ଶ୍ରୀମତୀ ଦିବ୍ୟ ଶ୍ରୁତି ସିଂହ ପ୍ରମୁଖ ମଞ୍ଚସିନ ଥିଲେ ।
ଏହି ଅବସରରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଅଧାରୁ ପାଠ ଛାଡିଥିବା ପ୍ରାୟ ୧୫ ରୁ ୨୦ ଜଣ ଛାତ୍ର ଛାତ୍ରୀ ନାମ ଲେଖା ପଞ୍ଜିକରଣ ନିମନ୍ତେ ମେଗା ଓରିଏଣ୍ଟେସନ୍ ଶିବିର ରେ ଯୋଗ ଦେଇଥିଲେ।ପ୍ରଥମେ ସହ ସଂଯୋଜକ ଶ୍ରୀମତୀ ଦିବ୍ୟ ଶ୍ରୁତି ସିଂହ ଏହି ମେଗା ଶିବିରର ଆଭିମୁଖ୍ୟ ସ୍ପଷ୍ଠ କରିଥିବା ସ୍ଥଳେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ , ଗଜପତି ଏସ୍ ଗିରିଧର ଅଧିକରୁ ଅଧିକ ଛାତ୍ର ଆଗାମୀ ଦିନରେ ଏସଆଇଓଏସ: ଏବଂ ଏନଆଇଓଏସ: ରେ ନାମ ପଞ୍ଜିକରଣ କରିବା ପାଇଁ ଆହ୍ବାନ ଜଣେଇ ଥିଲେ। ମୁଖ୍ୟ ବକ୍ତା ରୂପେ ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଏକାଗ୍ରତା ଓ ଆତ୍ମ ବିଶ୍ୱାସର ସହ ପଢ଼ି ଉତ୍ତୀର୍ଣ୍ଣ ହେବା ପାଇଁ ମାର୍ଗ ଦର୍ଶନ କରାଇ ଥିଲେ।
କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀମତୀ ମୋନାଲିସା ଦାଶ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ପାଇଁ ନିର୍ଦ୍ଧିଷ୍ଟ ବୟସ ସୀମା ନ ଥାଏ ଓ ପ୍ରୟାସ ଫଳ ରେ ସମସ୍ତ କାର୍ଯ୍ୟ ସଫଳତା ଦେଇଥାଏ ବୋଲି ଗୁରୁତ୍ୱାରୋପ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଏନ୍. ବିମଳ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡି. ଶ୍ରୀରାମ ମୂର୍ତ୍ତି ,CRCC ଶ୍ରୀ ଏମ୍ ଉମାପତି,ବିଦ୍ୟାଳୟ ପରିଚାଳନା କମିଟିର ଚେୟାର ମ୍ୟାନ୍ ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ଓ ଅଧ୍ୟବସାୟ ହେବା ପାଇଁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ପୁସ୍ତକ ବଣ୍ଟା ଯାଇଥିବା ସ୍ଥଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଶ୍ରୀ ଜଗନ୍ନାଥ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ ଓ ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।
