– ଜାତୀୟ ସଡ଼କ ସୁରକ୍ଷା ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଗଜପତି ଜିଲ୍ଳା ପାଇଁ ବଡ଼ ଘୋଷଣା। ଜିଲ୍ଲାରେ ୮ଗୋଟି ପ୍ରକଳ୍ପକୁ ଭରଚୁଆଲ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି। ଗଜପତି, ୧୩.୧ (ମନୋଜ ପାଢ଼ୀ)ବାଇପାସ ରୋଡ଼ ପାଇଁ 4748.26ଲକ୍ଷ, ଗୋପିଲି କିଂଚିଲିଙ୍ଗ ରୋଡ଼ ପାଇଁ 1553.71 ଲକ୍ଷ,ସେରଙ୍ଗ ଠାରୁ ନୂଆଗଡ଼ ରୋଡ଼ ପାଇଁ 4029.94 ଲକ୍ଷ ,ବାଘସାଳା ଠାରୁ ଅଗରଖଣ୍ଡି ରୋଡ ପାଇଁ 1223.15 ଲକ୍ଷ,ରାମଗିରି ଠାରୁ ଭାୟା ଜିରାଙ୍ଗ ଦେଇ ନାରାୟଣପୁର ରୋଡ ପାଇଁ 1200.7ଲକ୍ଷ, ଜିରାଙ୍ଗ କାଇଁପୁର ରୋଡ ପାଇଁ 1768.42 ଲକ୍ଷ,ଚାନ୍ଦିପୁଟ ଠାରୁ ଲୁହଗୁଡି ରୋଡ ପାଇଁ 2808.67 ଲକ୍ଷ, ରା ଉଦୟଗିରି ଠାରୁ ସମ୍ବଲପୁର ରାସ୍ତା ନିର୍ମାଣ ପାଇଁ5324.98ଲକ୍ଷ ଟଙ୍କା ମଞ୍ଜୁରୀ କରିବାସହ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଯାହାକୁ ନେଇ ଗଜପତି ଜିଲ୍ଲାର 2ଟି ନିର୍ବାଚନ ମଣ୍ଡଳୀର ବିଧାୟକ ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତ ବିଭାଗୀୟ ମନ୍ତ୍ରୀ ପଦକ୍ଷେପକୁ ସ୍ୱାଗତ କରିବା ସହ ଭୁରିଭୁରି ପ୍ରଶଂସା କରିଛନ୍ତି । ଜିଲ୍ଲାରେ ଏହି ସବୁ ପ୍ରକଳ୍ପ ହେବା ଦ୍ୱାରା ସାଧାରଣ ଲୋକଙ୍କୁ ବହୁ ସୁବିଧା ହେବାସହ ବ୍ୟବସାୟିକ ଦୃଷ୍ଟି କୋଣରୁ ବହୁତ ସୁବିଧା ହୋଇପାଇବ ମୁଖ୍ୟତଃ ପାରଳାଖେମୁଣ୍ଡିର ବାଇପାସ ରାସ୍ତା ନିର୍ମାଣ ହେବା ବହୁ ଦିନର ଦାବି ରହିଥିଲା ତାହା ଏବେ ପୂରଣ ହେବାକୁ ଯାଉଛି ବୋଲି କହିଛନ୍ତି।
ଜାତୀୟ ସଡ଼କ ସୁରକ୍ଷା ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଗଜପତି ଜିଲ୍ଳା ପାଇଁ ବଡ଼ ଘୋଷଣା। ଜିଲ୍ଲାରେ ୮ଗୋଟି ପ୍ରକଳ୍ପକୁ ଭରଚୁଆଲ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି।
