୮୧ ବର୍ଷୀୟା ଦୃଷ୍ଟିହୀନ ବୃଦ୍ଧାଙ୍କୁ ମିଳୁନି ପେନ୍‌ସନ ଓ ରାସନ; ପ୍ରଶାସନର ହସ୍ତକ୍ଷେପ ଦାବି କଲେ ସମାଜସେବୀ ଜସ୍ମିନ୍ ଶେଖ ।

୮୧ ବର୍ଷୀୟା ଦୃଷ୍ଟିହୀନ ବୃଦ୍ଧାଙ୍କୁ ମିଳୁନି ପେନ୍‌ସନ ଓ ରାସନ; ପ୍ରଶାସନର ହସ୍ତକ୍ଷେପ ଦାବି କଲେ ସମାଜସେବୀ ଜସ୍ମିନ୍ ଶେଖ ।

୮୧ ବର୍ଷୀୟା ଦୃଷ୍ଟିହୀନ ବୃଦ୍ଧାଙ୍କୁ ମିଳୁନି ପେନ୍‌ସନ ଓ ରାସନ; ପ୍ରଶାସନର ହସ୍ତକ୍ଷେପ ଦାବି କଲେ ସମାଜସେବୀ ଜସ୍ମିନ୍ ଶେଖ । ଗଜପତି:୧୪.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ସରକାର ଗରିବ, ଅସହାୟ, ବୃଦ୍ଧ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଥିବା ବେଳେ ଏହାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନଥିବା ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।ପାରଳାଖେମୁଣ୍ଡି ପୌର ପରିଷଦର ୧ ନମ୍ବର ୱାର୍ଡ ରେଲିସାହିରେ ରହୁଥିବା ୮୧ ବର୍ଷୀୟା ଦୃଷ୍ଟିହୀନ ବୃଦ୍ଧା ପୁନା ପୋତୁଳା ଦୀର୍ଘଦିନ ଧରି ସରକାରୀ ପେନ୍‌ସନ ଓ ରାସନ ସହାୟତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି।ସୂଚନା ଅନୁଯାୟୀ, ବୃଦ୍ଧାଙ୍କ ନାମରେ ପୂର୍ବରୁ ପେନ୍‌ସନ କାର୍ଡ ରହିଥିବା ସତ୍ତ୍ୱେ ତାଙ୍କୁ ମାସିକ ୧,୦୦୦ ଟଙ୍କା ପେନ୍‌ସନ ମଧ୍ୟ ଗତ ପାଞ୍ଚ ମାସ ହେଲା ମିଳିନାହିଁ।

ଅନ୍ୟପକ୍ଷରେ, ତାଙ୍କ ବୟସ ଓ ଦୃଷ୍ଟିହୀନତାକୁ ଦୃଷ୍ଟିରେ ରଖି ନିୟମାନୁଯାୟୀ ଅଧିକ ପେନ୍‌ସନ ସହାୟତା ପାଇବା ପାଇଁ ସେ ଯୋଗ୍ୟ କି ନୁହେଁ, ତାହା ଯାଞ୍ଚ କରି ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି।କେବଳ ପେନ୍‌ସନ ନୁହେଁ, ବୃଦ୍ଧାଙ୍କ ନାମରେ ରାସନ କାର୍ଡ ଥିବା ସତ୍ତ୍ୱେ ଗତ ଚାରିରୁ ପାଞ୍ଚ ମାସ ହେଲା ରାସନ ସାମଗ୍ରୀ ମଧ୍ୟ ମିଳୁନଥିବା ଅଭିଯୋଗ ହୋଇଛି। ବୟସର ଅପରାହ୍ନରେ ଦୃଷ୍ଟିହୀନ ଅବସ୍ଥାରେ ଜୀବନଯାପନ କରୁଥିବା ଜଣେ ଅସହାୟ ବୃଦ୍ଧାଙ୍କୁ ମୌଳିକ ସରକାରୀ ସୁବିଧା ନମିଳିବା ଅତ୍ୟନ୍ତ ଦୁଃଖଦ ଓ ଚିନ୍ତାଜନକ ବିଷୟ।ଏହି ସମସ୍ୟା ସମ୍ପର୍କରେ ଜାଣିବା ପରେ ସମାଜସେବୀ ଜସ୍ମିନ୍ ଶେଖ ବୃଦ୍ଧା ପୁନା ପୋତୁଳାଙ୍କୁ ଚିହ୍ନଟ କରି ତାଙ୍କ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛନ୍ତି। ବୃଦ୍ଧାଙ୍କ ସମସ୍ତ ଆବଶ୍ୟକୀୟ କାଗଜପତ୍ର ସଂଗ୍ରହ ଓ ସଜାଡ଼ି ସମ୍ପୃକ୍ତ ସରକାରୀ ବିଭାଗ ନିକଟରେ ଆବେଦନ କରିବା ସହିତ ତାଙ୍କୁ ଉପଯୁକ୍ତ ପେନ୍‌ସନ, ରାସନ ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇଦେବା ପାଇଁ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏଥିସହିତ ବୃଦ୍ଧାଙ୍କୁ ସ୍ୱାସ୍ଥ୍ୟଗତ, ସାମାଜିକ ଓ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ମଧ୍ୟ ସେ ଉଦ୍ୟମ କରିବେ ବୋଲି ଜଣାଇଛନ୍ତି।ସମାଜସେବୀ ଜସ୍ମିନ୍ ଶେଖ ଜିଲ୍ଲା ପ୍ରଶାସନ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗକୁ ଏହି ଘଟଣା ପ୍ରତି ଗୁରୁତ୍ୱ ଦେଇ ତୁରନ୍ତ ତଦନ୍ତ କରିବା ସହ ବୃଦ୍ଧାଙ୍କ ପେନ୍‌ସନ ଓ ରାସନ ସମସ୍ୟାର ସମାଧାନ କରିବାକୁ ନିବେଦନ କରିଛନ୍ତି।ଜଣେ ଅସହାୟ ଦୃଷ୍ଟିହୀନ ବୃଦ୍ଧାଙ୍କୁ ସରକାରୀ ଯୋଜନାର ସୁଫଳରୁ ବଞ୍ଚିତ ରଖାଯିବା ଉଚିତ୍ ନୁହେଁ। ତାଙ୍କୁ ନ୍ୟାୟ ଓ ଉପଯୁକ୍ତ ସହାୟତା ନମିଳିବା ପର୍ଯ୍ୟନ୍ତ ସେ ନିଜର ପ୍ରୟାସ ଜାରି ରଖିବେ ବୋଲି ସମାଜସେବୀ ଜସ୍ମିନ୍ ଶେଖ ପ୍ରକାଶ କରିଛନ୍ତି।