ମହିଳା ସ୍ନାତକ ମହାବିଦ୍ୟାଳୟର ତ୍ରୟୋଦଶତମଯ ବାର୍ଷିକୋତ୍ସବ ପାଳନ ।

ମହିଳା ସ୍ନାତକ ମହାବିଦ୍ୟାଳୟର ତ୍ରୟୋଦଶତମଯ ବାର୍ଷିକୋତ୍ସବ ପାଳନ ।

ମହିଳା ସ୍ନାତକ ମହାବିଦ୍ୟାଳୟର ତ୍ରୟୋଦଶତମଯ ବାର୍ଷିକୋତ୍ସବ ପାଳନ ।

ଗଜପତି,୧୩.୧(ମନୋଜ ପାଢ଼ୀ)- ମହିଳା ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠାନର ତ୍ରୟୋଦଶତମ ବାର୍ଷିକୋତ୍ସବ ଅତି ଆଡମ୍ବର ସହିତ ସମ୍ପନ୍ନ ହୋଇଛି ।ଏଥିରେ ମୁଖ୍ଯ ଅତିଥି ଭାବରେ ଇଂ ରୂପେଶ ପାଣିଗ୍ରାହୀ, ମାନ୍ଯବର ବିଧାୟକ ପାରଳାଖେମୁଣ୍ଡି , ସମ୍ମାନିତ ଅତିଥି ଭାବେ ଫାଲଗୁନୀ ମାଝି,ଅତିରିକ୍ତ ଜିଲ୍ଲାପାଳ ଗଜପତି ତଥା ସଭାପତି , ମହିଳା ମହାବିଦ୍ୟାଳୟ ପରିଚାଳନା କମିଟି ପାରଳାଖେମୁଣ୍ଡି ଏବଂ ମୁଖ୍ଯ ବକ୍ତା ଭାବରେ ପୃଥ୍ୱୀରାଜ ମଣ୍ଡଳ, ମୁଖ୍ଯ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଆମନ୍ତ୍ରିତ ଅତିଥିଭାବରେ ମଞ୍ଚାସୀନ ହୋଇଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁ ସଭାରେ ଅଧ୍ୟକ୍ଷତା କରିବା ସହିତ ମଂଚ ପରିଚାଳନା କରିବା ପୂର୍ବକ ବାର୍ଷିକ ବିବରଣୀ ପାଠ କରିଥିଲେ ।

ଦୀର୍ଘ ତେରବର୍ଷ କାଳ ବିଭିନ୍ନ ଘାତପ୍ରତିଘାତର ସମ୍ମୁଖୀନ ହୋଇ ସୁଦ୍ଧା ଅନୁଷ୍ଠାନରେ ଅଧ୍ୟାପନା , ଅଧ୍ଯୟନ କାର୍ଯ୍ୟ ସମେତ ଅନ୍ଯାନ୍ଯ କାର୍ଯ୍ୟକ୍ରମ କିପରି ଅନୁଷ୍ଠିତ ହୋଇ ଆସୁଛି ଏବଂ ଜିଲ୍ଲା ତଥା ବିଶ୍ଵବିଦ୍ୟାଳୟ ସ୍ତରୀୟ କାର୍ଯ୍ୟକ୍ରମଗୁଡ଼ିକରେ ଛାତ୍ରୀମାନେ କିପରି ଅଂଶଗ୍ରହଣ କରି,ଅନୁଷ୍ଠାନ ପାଇଁ ସୁନାମ ଆଣୁଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ ।ମୁଖ୍ଯ ଅତିଥି ମାନ୍ଯବର ବିଧାୟକ ମହୋଦୟ ଅନୁଷ୍ଠାନର ଛାତ୍ରୀମାନଙ୍କ ପାଠ ପଢା ସହିତ ସୃଜନଶୀଳତାର ଦକ୍ଷତା ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ଏବଂ ସେଥିନିମିତ୍ତ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।ସମ୍ମାନୀତ ଅତିଥି , ଅତିରିକ୍ତ ଜିଲ୍ଲାପାଳ ମହୋଦୟ ଅନୁଷ୍ଠାନର ଅସୁବିଧାଗୁଡ଼ିକ ଦୂର କରିବାର ପ୍ରତିଶ୍ରୁତି ଦେଇ ଛାତ୍ରୀମାନେ ଆଗାମୀ ଭବିଷ୍ୟତର ଉତ୍ତମ ତଥା ଉଜ୍ଜଳ ନାଗରିକ କିପରି ହୋଇ ପାରିବେ , ସେ ସମ୍ବନ୍ଧରେ ଉଦବୋଧନ ଦେଇଥିଲେ ।ମୁଖ୍ଯବକ୍ତା ପୃଥ୍ୱୀରାଜ ମଣ୍ଡଳ ମହୋଦୟ ମହାବିଦ୍ୟାଳୟର ତ୍ରୟୋଦଶତମ ବାର୍ଷିକୋତ୍ସବ ସମାରୋହ କୁ ଉଚ୍ଚ ପ୍ରଶଂସା କରି ଅଧ୍ୟାପକ,ଅଧ୍ୟାପିକା ତଥା କର୍ମଚାରୀମାନଙ୍କ ସମେତ ଛାତ୍ରୀବୃନ୍ଦଙ୍କୁ କୈଶୋର ର ଉନ୍ମାଦନା ଓ ଅନୁସନ୍ଧିତ୍ସା ସହିତ ତୁଳନା କରି ଆଗାମୀ ଦିନରେ ଅଧିକରୁ ଅଧିକ ସଫଳତା ହାସଲ କରିବା ନିମନ୍ତେ ପ୍ରୟାସୀ ହେବା ପାଇଁ ପ୍ରୋତ୍ସାହିତ କରିଥିଲେ ।

ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରୀବୃନ୍ଦଙ୍କୁ ପୁରସ୍କୃତ କରାଯାଇଥିଲା । ତତସହିତ କିଛି ଛାତ୍ରୀଙ୍କୁ ବିଶେଷ ପୁରସ୍କାର ପ୍ରଦାନ କରାଯାଇଥିଲା ସେମାନେ ହେଲେ ମୌସୁମୀ ଦଳାଇ, ତ୍ରିନାଥ ସାହୁ ମେମୋରିଆଲ ପୁରସ୍କାର,ଇମାଜିନୀ ରଇତ-ଶ୍ରୀନିବାସ ବକ୍ସି ମେମୋରିଆଲ, ସୁସ୍ନେଲିତା ଗମାଙ୍ଗ-ପୁରୁଷୋତ୍ତମ ପାଣିଗ୍ରାହୀ ମେମୋରିଆଲ,ସ୍ମିତାରାଣୀ ଭୂୟାଁ-ଅଲରାଉଣ୍ଡର , ଦୀପ୍ତି କୁମାରୀ ଦେବୀ- ବେଷ୍ଟ ଷ୍ଟୁଡେଣ୍ଟ ଏବଂ ଷ୍ପୋର୍ଟସ ଚମ୍ପିୟନ ହୋଇ ପୁରସ୍କାର ଗ୍ରହଣ କରିଥିଲେ ପ୍ରିୟଙ୍କା ପ୍ରଧାନ। ବାର୍ଷିକୋତ୍ସବ ର ପ୍ରାରମ୍ଭରେ ଅତିଥିମାନଙ୍କୁ ମଂଚ ଆବାହନ କରିଥିଲେ ବରିଷ୍ଠ ଅଧ୍ୟାପିକା ଡ.ଭାରତୀ ପାଣିଗ୍ରାହୀ , ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପିକା ବରଦା ଆଚାର୍ଯ୍ଯ, ପୁରସ୍କାର ବିତରଣରେ ସହଯୋଗ କରିଥିଲେ ଅଧ୍ୟାପିକା ମଧୁସ୍ମିତା ପ୍ରଧାନ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଡ.କଲ୍ଯାଣୀ ମିଶ୍ର। ସମସ୍ତ କାର୍ଯ୍ୟକ୍ରମ ମହିଳା ସ୍ନାତକ ମହାବିଦ୍ୟାଳୟର କର୍ମକର୍ତ୍ତାଙ୍କ ପ୍ରତ୍ଯକ୍ଷ ସହଯୋଗରେ ଉଦଯାପିତ ହୋଇଥିଲା ।