ଗୋରଖପୁର ଠାରେ ବିଜେପି ର ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ
ରାୟଗଡ(ଅମୁଲ୍ୟ ନିଶଙ୍କ ) : ଗତ କାଲି ତା ୦୬/୦୧/୨୦୨୬ ରିଖ ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଶିପୁର ବ୍ଲକ ସ୍ଥିତ ଗରଖପୁର ଠାରେ ବିଜେପି ର ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଜିଲା ର ଓ ବ୍ଲକ ସ୍ତରୀୟ ନେତା ତଥା ଦଳ ର ବରିଷଷ୍ଠ ନେତାମାନଙ୍କୁ କାଶୀପୁର ବିଜେପି ବ୍ଲକ ପକ୍ଷରୁ ସ୍ୱାଗତ କରାଯାଇଥିଲା l ରାୟଗଡ ଜ଼ିଲ୍ଲା ବିଜେପି ପାର୍ଟିର ସଂଗଠନକୁ ମଜବୁତ କରିବା ଏବଂ ଆଗାମୀ ପୌର ପରିଷଦ ଓ ପଂଚାୟତ ନିର୍ବାଚନ ରେ କିପରି ଭାବେ ବିଜେପି ଦଳର ଜିଲା ପରିଷଦ, ସମିତି ସଭ୍ୟ ସଦସ୍ୟ ଏବଂ ସରପଞ୍ଚ ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ କରିବା ପାଇଁ ଆଲୋଚନା ହୋଇଥିଲା l ଗତ ସାଧାରଣ ନିର୍ବାଚନ ରେ ରାୟଗଡ ଜ଼ିଲ୍ଲା ରେ ବିଜେପି ର ସଂଗଠନ ସ୍ଥିତି ବହୁତ ଖରାପ ରହିଥିଲା ସେଥିପାଇଁ ନିର୍ବାଚନ ରେ ପରାଜୟ କରିଥିଲା କିନ୍ତୁ ବର୍ତ୍ତମାନ ଓଡିଶା ଓ କେନ୍ଦ୍ର ରେ ବିଜେପି ର ଡବଲ ଇଂଜିନ ସରକାର ଚାଲିଛି l ସରକାର ଙ୍କ ବିଭିନ୍ନ ପ୍ରକାର ର ଲୋକ ହିତ କାର୍ଯ୍ୟକ୍ରମ କୁ ଜନସାଧାରଣ ଙ୍କ ନିକଟରେ ପହଂଚାଇବା ପାଇଁ ବିଜେପି ର ସମସ୍ତ କର୍ମୀ ନେତା ମାନେ କାମ କରିବା କୁ ଉପସ୍ଥିତ ନେତା ମାନେ ମତ ରଖିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ଗୋପୀ ଆନନ୍ଦ ସଭାପତି, ରାୟଗଡ ଟ୍ରକ ମାଲିକ ସଭାପତି ତଥା ବରିଷ୍ଟ ବିଜେପି ନେତା ୟାଲା କୋଣ୍ଡା ବାବୁ, ପୃଥିବୀ ରାଜ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା,, ଜିଲ୍ଲା ପଦାଧିକାରୀ ଓ ଦଳର କାର୍ଯ୍ୟକର୍ତ୍ତା ଗଣ ଉପସ୍ଥିତ ଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
