ପାରଳାଖେମୁଣ୍ଡି ପୁଲିସର ବଡ଼ ସଫଳତା: ୪ଟି ଚୋରି ମାମଲାର ଖୁଲାସା, ୪୦ ଲକ୍ଷର ସୁନା–ରୁପା ଜବତ, ୨ ଗିରଫ
ପାରଳାଖେମୁଣ୍ଡି:ପାରଳାଖେମୁଣ୍ଡି ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ପୁଲିସ ୪ଟି ବଡ଼ ଧରଣର ଚୋରି ମାମଲାର ଖୁଲାସା କରିବା ସହ ପ୍ରାୟ ୪୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୁପା ଅଳଙ୍କାର ଜବତ କରିଛି। ଏହା ସହ ଚୋରି ହୋଇଥିବା ବିଦେଶୀ ମୁଦ୍ରା ମଧ୍ୟ ଉଦ୍ଧାର କରାଯାଇଛି। ଏହି ମାମଲାରେ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ପୁଲିସ ସୂଚନା ଅନୁଯାୟୀ, ପାରଳାଖେମୁଣ୍ଡି ଥାନା ଅଞ୍ଚଳରେ ଘଟିଥିବା ୩ଟି ଚୋରି ମାମଲା ଏବଂ ଗୁରାଣ୍ଡି ଥାନା ଅଞ୍ଚଳର ଗୋଟିଏ ଚୋରି ମାମଲାର ସଫଳ ଖୁଲାସା କରାଯାଇଛି।ଅଭିଯାନ ସମୟରେ ପୁଲିସ!ଅଭିଯାନ ସମୟରେ ପୁଲିସପ୍ରାୟ ୧୦ ତୋଳା ଓଜନର ସୁନା ଅଳଙ୍କାର,୯ କିଲୋଗ୍ରାମ ରୁପା ଅଳଙ୍କାର,୨ଟି ମୋବାଇଲ ଫୋନ୍,୨ଟି ବାଇକ,ତାଲା ଭାଙ୍ଗିବାରେ ବ୍ୟବହୃତ ଲୁହାଛଡ଼ଜବତ କରିଛି।
