ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ସୁଶିଲ କୁମାର ସାହୁ କଂ ଦେହାନ୍ତ ହୋଇଯାଇଛି।
ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ କଂ ପରିଚାଳନା ରେ ଦୁଇ ମିନିଟ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି। ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଡଃ ସୁଶିଲ କୁମାର ସାହୁ କଂ ୬୭ ବର୍ଷ ବୟସରେ ବରଗଡ଼ ବ୍ଲକ ଖୁଣ୍ଟୁପାଲି ପୈତୃକ ଗ୍ରାମ ରେ ଦେହାନ୍ତ ହୋଇଯାଇଛି। ସେ ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୧୯୮୪ ରୁ ୨୦୧୯ ପର୍ଯ୍ୟନ୍ତ ଦୀର୍ଘ ୩୫ ବର୍ଷ ଶିକ୍ଷାଦାନ କରି ଆସିଥିଲେ। ସେ ଜଣେ ପ୍ରବିଣ ପ୍ରାଧ୍ୟାପକ ଶିକ୍ଷାବିତ ଥିଲେ। ସେ ମୂଳି ଧାନଚାଷ ଉପରେ ଗବେଷଣା ପାଇଁ ସମ୍ବଲପୁର ବିଶ୍ଵବିଦ୍ୟାଳୟ ରେ ଡକ୍ଟରେଟ ଉପାଧି ପାଇଥିଲେ ଓ ବିଦେଶ ଓ ପ୍ରତିଷ୍ଠିତ ଜର୍ଣାଲ ରେ ତାକଂର ଗବେଷଣାତ୍ମକ ନିବନ୍ଧ ମାନ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲେ। ସେ ଜଣେ ଧର୍ମପରାୟଣା,ମେଳାପି, ମିଷ୍ଟଭାଷୀ, କର୍ତବ୍ୟ ନିଷ୍ଠା, ଛାତ୍ରଛାତ୍ରୀ, ସହକର୍ମୀ, ଅଭିଭାବକ, ବିଦ୍ୟାଳୟର ପରିଚାଳନା କମିଟି ମହଲରେ ପ୍ରିୟ ଭାଜନ ହୋଇପାରିଥିଲେ। ତାଙ୍କର ସମୟ ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସ୍ୱୀକୃତି ପ୍ରାପ୍ତ ଠାରୁ ଆରମ୍ଭ କରି ବହୁ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତାଙ୍କର ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି।
