କଲ୍ୟାଣସିଂପୁର ବ୍ଲକ ମାଝୀଗୁଡା ବିଜେପି ମଣ୍ଡଳ ର ସଭାପତି ହେଲେ ଅନିଲ
ରାୟଗଡ(ଅମୁଲ୍ୟ ନିଶଙ୍କ ): ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କ ଅନୁମୋଦମ ପରେ ରାୟଗଡ ଜ଼ିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ ଜ଼ିଲ୍ଲା ର ବିଭିନ୍ନ ନିର୍ବାଚନ ମଣ୍ଡଳୀ ର ସଭାପତି ଓ ସମ୍ପାଦକନିଯୁକ୍ତି କରିଛନ୍ତି ଲେହି ପରିପେକ୍ଷରେ ମାଝୀଗୁଡା ମଣ୍ଡଳ ର ସଭାପତି ଭାବେ ୟୁବ ନେତା ଅନିଲ କୁମାର ଜାଡି ଙ୍କୁ ନିଯୁକ୍ତି ଦେଇଛନ୍ତି l ସୂଚନା ଯୋଗ୍ୟ ଜେ ଅନିଲ ଛାତ୍ର ଜୀବନ ରୁ ହିଁ ରାଜନୀତି ଆରମ୍ଭ କରିଥିଲେ l
ରାୟଗଡ ଜ଼ିଲ୍ଲା ହାଟମୁନିଗୁଡା ର ଏସ ଆର ସି ଏସ ହାଇସ୍କୁଲ ରେ ପାଠ ସମାପ୍ତ କରି ରାୟଗଡ କଲେଜ ରେ ବୋଟନି ଓ ଜୋଲୋଜି ରେ ବିଜ୍ଞାନ ରେ ସ୍ନାତକ ପାସ କରିଥିଲେ l ଏହି ସମୟରେ କଲେଜ ଛାତ୍ର ସଂସଦ ନିର୍ବାଚନ ରେ ଭାଗ ନେଇ ନିଜର ରାଜନୈତିକ ଜୀବନଆରମ୍ଭ କରିଥିଲେ l କିଛି ଦିନ ପାଇଁ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭଗରେ କିଛି ଦିନ ନିମନ୍ତେ କନିଷ୍ଠ କିରାଣୀ ଭାବେ କାମ କରିଥିଲେ l ପ୍ରବର୍ତ୍ତୀ ମୁହୂର୍ତ୍ତ ରେ ଚାକରିଛାଡି ରାଜନୀତି ରେ ସକ୍ରିୟ ଭାବେ ବିଜେପି ରେ କାମକରିଆସୁଥିଲେ l ଭିଜେପି ଦଳ କୁ ମଜବୁତ କରିବା ନିମନ୍ତେ କଲ୍ୟାଣସିଂପୁର ବ୍ଲକ କାମ କରିଆସୁଥିଲେ l ଅନିଲ ଙ୍କ ସଂଗଠନ କୁ ଦେଖି ବିଜେପି ରାଜ୍ୟ ନେତୃବୃନ୍ଦ ସନ୍ତୁଷ୍ଟ ହୋଇ ଅନିଲ କୁ ମାଝୀଗୁଡା ମଣ୍ଡଳ ର ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି l
ନୂତନ ଦାୟିତ୍ୱ ପାଇବା ପରେ ଅନିଲ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସଂଗଠନ ସମ୍ପାଦକ ମାନସ ମହାନ୍ତି ଙ୍କ ସହିତ ଜ଼ିଲ୍ଲା ସଭାପତି ତଥା ଜ଼ିଲ୍ଲା ର ବରିଷ୍ଠ ବିଜେପି ନେତା ଙ୍କ ଧନ୍ୟବାଦ ଜଣାଇଛନ୍ତି l ଆଗାମୀ ଦିନ ରେ ହେବାକୁ ଥିବା ପଂଚାୟତ ନିର୍ବାଚନ ରେ କିପରି ଭାବେ ବିଜୟ ହାସଲ କରିବ ସେଥିପାଇଁ ସଂଗଠନ କୁ ମଜବୁତ କରିବା ମୋର ଲକ୍ଷ୍ୟ ବୋଲି ଅନିଲ କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

