କଟାପାଲି ସରସ୍ଵତୀ ଶିଶୁ ମନ୍ଦିର ରଜତ ଜୟନ୍ତୀ ଅବସରରେ ରକ୍ତ ଦାନ ଶିବିର ୪୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ବରଗଡ-(ଭବାନୀ ଶଙ୍କର ପାଢ଼ୀ) ତା-୨୭-୧୨-୨୦୨୫ରିଖ (ଶନିବାର)ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମ ରେ କଟାପାଲି ସରସ୍ଵତୀ ଶିଶୁ ମନ୍ଦିର ରଜତ ଜୟନ୍ତୀ ଅବସରରେ ରଜତ ଜୟନ୍ତୀ କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ବରଗଡ଼ ର ପୂର୍ବତନ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ମାନିନୀ ଭୋଇ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପୁଷ୍ପା ଭୋଇ, ବରେଣ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶୁଭାରମ୍ଭ କରିବା ସହ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିର ରୁ ସର୍ବମୋଟ ୪୧ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।
ଏହି ଶିବିର କୁ ରଜତ ଜୟନ୍ତୀ କମିଟି ର ସଭାପତି ବାଲ ଗୋବିନ୍ଦ ସାହୁ, ମାନସ ଦାଶ ଓ ନିଷ୍ଠା ପରିବାର ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ। ପରିସେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ କଟାପାଲି ସରସ୍ଵତୀ ଶିଶୁ ମନ୍ଦିର ରଜତ ଜୟନ୍ତୀ କମିଟି କୁ ଏକ ସ୍ମୃତି ଫଳକ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା ,ଆୟୋଜକ ବନ୍ଧୁ, ଶୁଭେଚ୍ଛୁ ଓ ସହଯୋଗୀ ମାନଙ୍କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ।

