ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବିଦ୍ୟାଳୟ ସ୍ତରୀୟ ବନବିହାରଅଦ୍ୟ ତା.୨୧-୧୨-୨୦୨୫ରିଖ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ତେନ୍ତୁଳିଟିକିରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ୮୫ ଜଣ ଭାଇ ଭଉଣୀ ମାନଙ୍କୁ ନେଇ ଗ୍ରୀଣ୍ଡୋଲା ସିଦ୍ଧେଶ୍ବର ମନ୍ଦିର ଠାରେ ବନବିହାର କାର୍ଯ୍ୟକ୍ରମ ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ମାନନୀୟ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ(ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବଗଡ଼ ଟିକ୍ରା ପ୍ରାଥମିକ ବିଦ୍ୟାଳୟ)ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭକାମନା କରି ଶିଶୁ ମାନଙ୍କୁ ବନବିହାର ବିଷୟରେ ମାର୍ଗଦର୍ଶନ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ରମେଶ୍ବର ପାଣ୍ଡେ (ପ୍ରଧାନ ଶିକ୍ଷକ ପ୍ରାଥମିକ ବିଦ୍ୟାଳୟ ତୋରା)ଶ୍ରୀଯୁକ୍ତ ମକୁନ୍ଦ ମହାରଣା, ଶ୍ରୀମତୀ ସନ୍ଧ୍ୟାତାରା ମହାରଣା ଯୋଗ ଦେଇଥିଲେ।
ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ଭୋଇ ବନବିହାରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ସଂପାଦକ ଶ୍ରୀଯୁକ୍ତ ରଘୁମଣି ଦେହେରୀ ମଞ୍ଚାସୀନ ଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀମାନ୍ ରିଙ୍କୁ କୁମାର ଦାଶ ସ୍ବାଗତ ଭାଷଣ ଓ ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।।ଶିଶୁ ଭାଇ ଭଉଣୀ ମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଶିଶୁ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ବୁରୋମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ସୁଶ୍ରୀ ଦେବଦ୍ରିତା ସାହୁ ଭଉଣୀଙ୍କର ପଞ୍ଚମ ଜନ୍ମୋତ୍ସବ ପାଳିତ ହୋଇଯାଇଛି।
ଏ ଅବସରରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଦାଶ,ଶ୍ରୀଯୁକ୍ତ ମୁରାର୍ଜୀ ଭୋଇ, ଶ୍ରୀଯୁକ୍ତ ସରୋଜ କୁମାର ଭୋଇ,ଶ୍ରୀଯୁକ୍ତ ରଘୁମଣି ଦେହେରୀ ,ଶ୍ରୀଯୁକ୍ତ ନିମାଇଁ ପଧାନ, ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ,ଶ୍ରୀମତୀ ଗୀତା ସାହୁ,ଶ୍ରୀଯୁକ୍ତ ପାଣ୍ଡବ ଭୋଇ,ଶ୍ରୀଯୁକ୍ତ ଗୋପାଳ ଭୋଇ, ଶ୍ରୀମତୀ ପ୍ରତିମା ସାହୁ, ଶ୍ରୀମତୀ ଲଲିତା କୁଦେଇ,ଶ୍ରୀଯୁକ୍ତ ନିରୁପମା ପଧାନ ଶ୍ରମତୀ ଚମ୍ପାବତୀ ରାଉତ୍ ଉପସ୍ଥିତ ଥିଲେ।ଶ୍ରୀମାନ୍ ରିଙ୍କୁ କୁମାର ଦାଶ ଜନ୍ମୋତ୍ସବ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ଅତିଥି ଅଧିକାରୀଙ୍କର ପରିଚୟ। ପ୍ରଦାନ କରିଥିଲେ ଶ୍ରୀଯୁକ୍ତ ମକୁନ୍ଦ ମହାରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଶିଶୁ ଭଉଣୀଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲାଓ ଶୁଭାର୍ଶୀବାଦ ପ୍ରଦାନ କରାଯାଇ ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଥିଲା ପରିଶେଷରେ ଶ୍ରୀମାନ୍ ଗିରିଶ ଚନ୍ଦ୍ର ଦାଶ ଓ ସୁଶ୍ରୀ ରୋଜୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ଗୁରୁମା, ଗୁରୁଜୀ ସେବିକା,ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସାହାଯ୍ୟ ଓ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।
