ସେମିଳିଗୁଡ଼ା ଜାତୀୟ ରାଜପଥ ଉନ୍ନତୀକରଣ ପାଇଁ ଶୁଭ ______________________________ସେମିଳିଗୁଡା: ସେମିଳିଗୁଡ଼ା:(ରିପୋର୍ଟ :ch kurma Rao) ଜାତୀୟ ରାଜପଥ ଉନ୍ନତୀକରଣ ପାଇଁ କୋରାପୁଟ ବିଧାୟକ ରଘୁ ରାମ ମାଛ ସୋମବାର | ଶୁଭ ଦେଇଥିଲେ। ବହୁତ୍ ଦିନ ବିଳମ୍ବ ପରେ ରାସ୍ତା କାମ ଚାଲିବା ପାଇଁ ଗ୍ରିନ ସିଗ୍ନାଲ ଆସିବା ପରେ କାମ ଆରମ୍ଭ ହେବା କୁ ଯାଉଚି ବୋଳି ବିଧାୟକ ରଘୁ ରାମ ମାଛ ସୂଚନା ଦେଇଥିଲେ।ଜାତୀୟ ରାଜପଥ ଉନ୍ନତୀକରଣ ନିମନ୍ତେ ମଞ୍ଜୁର ହେଇଥିବା ପାଣ୍ଠି ଫେରିଥିବା ବେଳେ ପୁଣି ମଞ୍ଜୁରୀ କରି କାମ ଆରମ୍ଭ କରୁଚୁ ଆଉ କାମ ଠିକ୍ ସମୟରେ ସମ୍ପୁର୍ଣ୍ଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ସେମିଳିଗୁଡା ବାସି ଙ୍କ ସ୍ବପ୍ନ ପୂରଣ ହେବା ଆଶା କରୁଛି ବୋଲି ବିଧାୟକ ମାଛ କହିଥିଲେ।କାର୍ଯକ୍ରମ ରେ ବିଜେପି ନେତା ସୁମନ୍ତ ପ୍ରଧାନ,ଜୟରାମ ଗରଡ଼ା,ଦେବେନ୍ଦ୍ର ମହାନ୍ତି,ଜିଲ୍ଲା ଈ ଟି ସେଲ ର ବଦ୍ରି ନାରାୟଣ ପାତ୍ର, ଅଶ୍ଵିନୀ କୁମାର୍ ଜେନା, ସୁନାବେଡ଼ା ନଗର ସଭାପତି ଟୁନା କରା, ଗୋବିନ୍ଦ କଣ୍ଟା ଯୁବ ମୋର୍ଚ୍ଚା ସଭାପତି ଉମା ଶଙ୍କର,ପ୍ରକାଶ ଥାଏ କି ଜିଲ୍ଲାର ସେମିଳିଗୁଡାରେ ସହରରେ ଟ୍ରାଫିକ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯାଇ ଦାମନଯୋଡ଼ ଛକଠାରୁ ଓ ସିସିନଗର ପର୍ଯ୍ୟନ୍ତ ଡବଲ୍ ରୋଡ ନିର୍ମାଣ କରି ଡିଭାଇଡର ଦେଇ ରାସ୍ତା ଉନ୍ନତି କରିବା ପାଇଁ ୫ କୋଟି ଟଙ୍କା ଅର୍ଥ ମଞ୍ଜୁରୀ ହେଇଛି। ସେଥିପାଇଁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱର୍ରେ ଥିବା ଗଛ କରାଯାଇଛି।
ସେହିପରି ସୁନାବେଡ଼ା ଜନ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ନୂଆ ପାଣି ପାଇପ୍ ସଂଯୋଗ ଓ ପୌର ପରିଷଦ ଓ ଜାତୀୟ ରାଜପଥ ଦ୍ବାରା ଡ୍ରେନ ନିର୍ମାଣ କାମ ଆରମ୍ଭ କରିଥିଲେ | ଡ୍ରେନ ନିର୍ମାଣ ପାଇଁ ରାସ୍ତା ଖୋଳି ଦିଆଗଲା । କିନ୍ତୁ ମାସ ମାସ ଧରି କାମ ଶେଷ ହୋଇ ନଥିବାରୁ ଲୋକେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବିପଜ୍ଜନକ ଅବସ୍ଥାରେ ଖାଲଖମା ଅତିକ୍ରମକରିବା ପାଇଁ ପଡୁଥିଲା । ଗତ ତିନି ବର୍ଷ ହେଲା ଉନ୍ନତିକରଣ କାମ ପଡ଼ି ରହିଛି। କୋରାପୁଟ ବିଧାୟକ ରଘୁରାମ ମାଛ ଓ ସୁନାବେଡ଼ା ପୌର ପରିଷଦ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର୍ ପାତ୍ର ଓ ସହରବାସୀ ବାରମ୍ବାର ଅଭିଯୋଗ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷର ଉନ୍ନତିକରଣ କାମ ଆରମ୍ଭକରିବାକୁ ବିଭାଗ ଅଧିକାରୀମାନେ ଆଦେଶ ଜାରି କରିଛନ୍ତି ।
ଉନ୍ନତିକରଣ ପାଇଁ ଅଧାରେ ଅଟକି ଥିବା ଡ୍ରେନ୍ ନିର୍ମାଣ କାର୍ଯ୍ୟ ଶେଷ କରିବା, ପୁରୁଣା ବିଦ୍ୟୁତ୍ ପୋଲ ଉଠାଇବା ସହ ରାସ୍ତାର ମଝି ଭାଗରୁ ୩୬ ଫୁଟ/ ୩୬ ଫୁଟ ଉଭୟ ପାଶ୍ବରୁ ୭୨ ଫୁଟ ଜବରଦଖଲ ହଟାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପଭି ନିଆଯାଇଥିଲା I ଦୁଇ ଲେନ୍ ବିଶିଷ୍ଟ ହେବ ସହରର ରାସ୍ତା ।
ରାସ୍ତାକଡ଼ରୁ ହଟିବେ ପରିବା ଦୋକାନୀ I ସେମିଳିଗୁଡ଼ା ସହରର ଟ୍ରାଫିକ୍ ସମସ୍ୟା ଏଡ଼ାଇବା ପାଇଁ ଏପରି ଯୋଜନା କରିଛି ପ୍ରଶାସନ । ରିପୋର୍ଟ by ch kurma Rao semiliguda odisha
