ପ୍ରେସ ୟୁନିଅନ ରାୟଗଡ ର ସାଧାରଣ ବୈଠକ ଓ ନୂତନ କର୍ମକର୍ତା ଙ୍କ ନାମ ଚୟନ

ପ୍ରେସ ୟୁନିଅନ ରାୟଗଡ ର ସାଧାରଣ ବୈଠକ ଓ ନୂତନ କର୍ମକର୍ତା ଙ୍କ ନାମ ଚୟନ

ପ୍ରେସ ୟୁନିଅନ ରାୟଗଡ ର ସାଧାରଣ ବୈଠକ ଓ ନୂତନ କର୍ମକର୍ତା ଙ୍କ ନାମ ଚୟନ

ରାୟଗଡ( info media) ରାୟଗଡ ର ଅଗ୍ରଣୀ ସାମ୍ବାଦିକ ସଂଘ ପ୍ରେସ ୟୁନିଅନ ରାୟଗଡ ର ଏକ ସାଧାରଣ ବୈଠକ ସ୍ଥାନୀୟ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ପ୍ରେସ ୟୁନିଅନ ର ବିଦାୟୀ ସଭାପତି ଅମୁଲ୍ୟ ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା l ସଙ୍ଘ ର ନିୟମକାନୁନ ଅନୁଯାଇ ପ୍ରତି ଦୁଇ ବର୍ଷ ରେ ସଙ୍ଘ ର କର୍ମକର୍ତା ପାଇଁ ଚୟନ ଅନୁଷ୍ଠିତ ହେବା ର ନିୟନ ରହିଛି l ଏହି ନିୟମ ଅନୁସାରେ ପ୍ରେସ ୟୁନିଅନ ରାୟଗଡ ର ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ସର୍ଭେଶ୍ୱର ରାଓ ସଭାପତି ଭାବେ, ଉପସଭାପତି ଭାବେ ନରେଶ ପାତ୍ର, ସାଧାରଣ ସମ୍ପାଦକ ଭାବେ ଶିବାଜୀ ଦାସ, ଯୁଗ୍ମ ସମ୍ପାଦକ ଭାବେ ୟୁବ ଉଦୀୟମାନ ସାମ୍ବାଦିକ ତୁଷାର ରଂଜନ ସାହୁ ଓ କୋଷାଧକ୍ଷ ଭାବେ ହିସାବ କିତାବ ରେ ନିପୁଣ ସାମ୍ବାଦିକ ଧରଣୀଧର ପଟ୍ଟନାୟକ ସର୍ବସାମତିକର୍ମେ ନିର୍ବାଚିତ ହୋଇଛନ୍ତି l ୟୁନିଅନ ର ଉପଦେଷ୍ଟା ଭାବେ ପୂର୍ବତନ ସଭାପତି ଅମୁଲ୍ୟ ସାହୁ ଓ ବରିଷ୍ଠ ସାମ୍ବାଦିକ ତଥା ରାୟଗଡ ର ସମସ୍ତିକ ଚିର ପରିଚିତ ଦାଦା ସୁରେଶ ଦାସ ଙ୍କୁ ଚୟନ କରାଯାଇଛି l ଆଜିର ଏହି ବୈଠକ ରେ ଜ଼ିଲ୍ଲା ର 11 ଗୋଟି ବ୍ଲକ ର ସାମ୍ବାଦିକ ମାନେ ଯୋଗ ଦେଇଥିଲେ lରାୟଗଡ ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ