ଶିଶୁ ମେଳା ଅନୁଷ୍ଠିତ ହୋଇଯାଇଛି।

ଶିଶୁ ମେଳା ଅନୁଷ୍ଠିତ ହୋଇଯାଇଛି।

ଶିଶୁ ମେଳା ଅନୁଷ୍ଠିତ ହୋଇଯାଇଛି।

ବରଗତ – (ଭବାନୀ ଶଙ୍କର ପାଢ଼ୀ) ଅଦ୍ୟତା.୧୬-୧୨-୨୦୨୫ରିଖ ସୋମବାର ଦିନ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ” ଶିଶୁ ମେଳା” ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ସମାଜ ସେବୀ ଶ୍ରୀଯୁକ୍ତ ତ୍ରିପତି ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ଉଦ୍ଦେଶ୍ୟ ଜ୍ଞାପନ ଓ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ।ସୁଶ୍ରୀ କୁନ୍ତୀ ପ୍ରଧାନ ଶିଶୁ ମେଳା ବିଷୟରେ ମାର୍ଗ ଦର୍ଶନ ଦେଇଥିଲେ।

ଶ୍ରୀଯୁକ୍ତ ସକ୍ରାଜିତ ମେହେର ମଞ୍ଚାସୀନ ଥାଇ ଶିଶୁ ମେଳାର ଲକ୍ଷ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିଶୁକାର୍ଯ୍ୟକ୍ରମକୁ ଶ୍ରୀମାନ୍ ତାପସ ଭୋଇ ପରିଚାଳନା କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ।ଅଭିଭାବକ ଅଭିଭାବିକା ତଥା ଶିଶୁ ଭାଇ ଭଉଣୀମାନଙ୍କ ଦ୍ବାରା ଶିଶୁ ମେଳାରେ ୪୭ଟି ବିଭିନ୍ନ ପ୍ରକାରର ଜିନିଷ କିଣା ବିକା ଚାଲିଥିଲା।କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସାହାଯ୍ୟ ଓ ସହଯୋଗ କରିଥିଲେ।