ଜୟପୁରରେ ଜମିଲା ପଥୋତ୍ସବ
ଜୟପୁର: ଦୀର୍ଘ ବର୍ଷର ବିରତି ପରେ ଜୟପୁର ସହରରେ ପୁଣିଥରେ ଧୁମ୍ଧାମରେ ପଥୋତ୍ସବ ଆୟୋଜିତ ହୋଇଛି। ପଥୋତ୍ସବର ରଙ୍ଗୀନ ପରିବେଶ ଓ ସଂସ୍କୃତିକ କାର୍ଯ୍ୟକ୍ରମ ସହ ସହରବାସୀଙ୍କ ମନକୁ ଜିତିନେଇଛି ଏହି ଉତ୍ସବ।କଣ୍ଠଶିଳ୍ପୀମାନଙ୍କ ସୁମଧୁର ଗୀତ ଓ ସଙ୍ଗୀତର ତାଳରେ ଦର୍ଶକମାନେ ଝୁମିଉଠିଥିଲେ।
ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମରେ ଯୁବଗୋଷ୍ଠୀର ସକ୍ରିୟ ଭାଗିଦାରି ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା।ପୂର୍ବରୁ ଦୀର୍ଘ ସମୟ ଧରି ବନ୍ଦ ରହିଥିବା ପଥୋତ୍ସବ ପୁଣିଥରେ ଉଜ୍ଜୀବିତ ହେବାରୁ ସହରରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ପ୍ରତିବର୍ଷ ଏହି ପଥୋତ୍ସବ ଆୟୋଜନ କରିବାକୁ ଯୋଜନା ରହିଥିବା ସୂଚନା ମିଳିଛି।
ଏହି ପଥୋତ୍ସବରେ ଉପଜିଲ୍ଲାପାଳ ଏ. ସସ୍ୟାରେଡ୍ଡୀ ମୁଖ୍ୟ ଅତିଥି ଭାବେ ସାମିଲ ହୋଇ ଆୟୋଜନକୁ ସ୍ୱାଗତ ଜଣାଇଥିଲେ ଓ ଏପରି ସଂସ୍କୃତିକ କାର୍ଯ୍ୟକ୍ରମ ସହରର ସାମୂହିକ ଏକତାକୁ ଶକ୍ତ କରେ ବୋଲି କହିଥିଲେ।

