*ଶ୍ରୀ ଜଗନ୍ନାଥ ମନ୍ଦିରର ଚାରି ପାର୍ଶ୍ୱ ଦ୍ଵାରକୁ ଉପଲଡ଼ାଠାରେ ଭବ୍ୟ ସ୍ଵାଗତ* ।
ଗଜପତି,୧୩.୯(ମନୋଜ ପାଢ଼ୀ)-: ପାରଳାଖେମୁଣ୍ଡିଠାରେ ନିର୍ମାଣାଧିନ ନୂତନ ଜଗନ୍ନାଥ ମନ୍ଦିରର ଚାରି ପାର୍ଶ୍ଵଦ୍ଵାର ପବିତ୍ର ଯାତ୍ରାକୁ ଉପଲଡ଼ାଠାରେ ଭବ୍ୟ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗୁରୁ ତ୍ରିନାଥ ପଣ୍ଡାଙ୍କ ନେତୃତ୍ୱରେ ସଂକୀର୍ତ୍ତନ, ଶଙ୍ଖନାଦ ଓ ହୁଳହୁଳି ସହିତ ଲିଙ୍ଗିପୁରୁ – ଉପଲଡ଼ା ରାସ୍ତାରେ ଥିବା ଆଡିବି ଚଇନି ଛକଠାରେ ଭବ୍ୟ ବନ୍ଦାପନା ସହିତ ସ୍ୱାଗତ ଜଣା ଯାଇଥିଲା। ଏଥିରେ ବହୁ ସଂଖ୍ୟାରେ ଗ୍ରାମବାସୀ ଯୋଗ ଦେଇଥିଲେ । ମାନ୍ୟବର ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଏହି ଭବ୍ୟ ଆଧ୍ୟାତ୍ମିକ ଯାତ୍ରାରେ ସାମିଲ ହୋଇଥିଲେ। ସେବା ନିବୃତ୍ତ ଗୋଷ୍ଠୀ ସହକାରୀ ଶିକ୍ଷା ଅଧିକାରୀ ପ୍ରେମାନନ୍ଦ ପଢିଆରୀ, ସମିତି ସଭ୍ୟ ବାଲା ଧନଞ୍ଜୟଲୁ , ବି. ଜୀବନ ରାଓ, ଅଧ୍ୟାପକ ଆର୍ତ୍ତତ୍ରାଣ ଚଇନି, ଅରୁଣ କୁମାର ପାଠୀ, ସରୋଜ କାନ୍ତ ପଢିଆରୀ, କମଳାକାନ୍ତ ମହାନ୍ତି, ଡିଲେଶ୍ଵର ମହାନ୍ତି, ପ୍ରଦୀପ ତିଆଡି, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରଘୁନାଥ ବେହେରା, ତ୍ରିନାଥ ବେହେରା, କୃଷ୍ଣ ବେହେରା,ଏଲ୍ ଗଣେଶ, ଅଚ୍ୟୁତା ରାଓ, ଶିବ ପାତ୍ର ପ୍ରମୁଖ ଏହି ଭବ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
