କୃଷି ବିଜ୍ଞାନ କେନ୍ଦ୍ର ଗଜପତି ରେ ବୈଜ୍ଞାନିକ ପଦ୍ଧତି ରେ କୁକୁଡ଼ା ଚାଷ ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ

କୃଷି ବିଜ୍ଞାନ କେନ୍ଦ୍ର ଗଜପତି ରେ ବୈଜ୍ଞାନିକ ପଦ୍ଧତି ରେ କୁକୁଡ଼ା ଚାଷ ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ

କୃଷି ବିଜ୍ଞାନ କେନ୍ଦ୍ର ଗଜପତି ରେ ବୈଜ୍ଞାନିକ ପଦ୍ଧତି ରେ କୁକୁଡ଼ା ଚାଷ ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ

ଗଜପତି -11/12/ମନୋଜ ପାଢ଼ୀ/କୃଷି ବିଜ୍ଞାନ କେନ୍ଦ୍ର ଗଜପତି ରେ ଚାଷୀମାନଙ୍କ ପାଇଁ  କୁକୁଡ଼ା ଚାଷ ଉପରେ ଏକ ୩ ଦିନିଆ ତାଲିମ ଅନୁଷ୍ଠିତ ହୋଇଛି। ପ୍ରାଣୀ ସମ୍ପଦ ବିକାଶ ବିଭାଗର ମିଳିତ ଉଦ୍ୟମରେ, ଏହି ତାଲିମରେ ରା. ଉଦୟଗିରି ବ୍ଲକର ବିଭିନ୍ନ ଗ୍ରାମରୁ ୨୦ ଜଣ  ମହିଳା ଚାଷୀ ଭାଗ ନେଇଥିଲେ। ଏହି ତାଲିମ ତା ୮.୧୨.୨୫  ରିଖ ରୁ ଆରମ୍ଭ ହୋଇ ତା ୧୦.୧୨.୨୫ ରିଖରେ ସମ୍ପନ୍ନ ହୋଇଛି।  ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧିକାରୀ ମାନଙ୍କ ଉପସ୍ଥିତିରେ କୃଷି ବିଜ୍ଞାନ କେନ୍ଦ୍ରର ଉଦ୍ୟାନ ବିଜ୍ଞାନି ଡ. ସୁଶ୍ରୀ ଚୌଧୁରୀ ସ୍ୱାଗତ ଭାଷଣ ଦେଇ କୁକୁଡ଼ା ପାଳନ ଦୋରା ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବ ଦେଇ ଥିଲେ .କେନ୍ଦ୍ରର ମୁଖ୍ୟ ଡ. ସଂଗ୍ରାମ ପରମଗୁରୁ ଜୀବିକା ନିମନ୍ତେ କୁକୁଡ଼ା ପାଳନ ଏକ ସହଜ ଏବଂ କମ୍ ପୁଞ୍ଜିରେ ଆରମ୍ଭ କରାଯାଉଥିବା ବ୍ୟବସାୟ ବୋଲି ବୁଝାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡ.ତୁଷାରେନ୍ଦୁ ନାୟକ ଓ  ପ୍ରାଣୀ ବିଜ୍ଞାନୀ ଡ. ଆଲୋକ ପ୍ରଭା ଷଡ଼ଙ୍ଗୀ ଭାଗ ନେଇଥିବା ଚାଷୀମାନଙ୍କୁ କୁକୁଡ଼ା ପାଳନ ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ।  କୁକୁଡ଼ା ପାଳନରେ ଗୃହ ପରିଚାଳନା, ଖାଦ୍ୟ ପରିଚାଳନା, ରୋଗ ପରିଚାଳନା, ଟୀକାକରଣ, ପ୍ରକଳ୍ପ ପ୍ରସ୍ତୁତି ଆଦି ବିଷୟରେ ସମସ୍ତ ଜ୍ଞାନ ପ୍ରଦାନ କରାଯାଇଥିଲା।

୨ୟ ଦିନରେ ନୂଆଗଡ ଓ ରାୟଗଡ ବ୍ଲକର ପ୍ରାଣୀ ଚିକିତ୍ସକ ମାନେ ପୋଷଣ ମିଶ୍ରିତ ଦାନା,  ଖାଦ୍ୟ ଓ ପୋଷଣ, ସ୍ୱାସ୍ଥ୍ୟ ପ୍ରବନ୍ଧନ, , କୁୁକୁୁଡା ଅଣ୍ଡା ଓ ମାଂସ ଉତ୍ପାଦନ ବୃଦ୍ଧି ବିଷୟ ରେ ଆଲୋଚନା କରିଥିଲେ. କାର୍ଯ୍ୟକ୍ରମର ଶେଷ ଦିନ ରେ ଖାରିଢ଼େପା , ଛେଳିଗଡ଼ ଓ ସୁଣୄରୁବା   କୁକୁଡ଼ା ଫାର୍ମ ପରିଭ୍ରମଣ ରେ ଯାଇ ମହିଳା ଚାଷୀ ମାନେ କୁୁକୁୁଡା ଘର କିପରି ତିଆରି ହେଇଥାଏ, ଘର ଭିତରର ଭେଣ୍ଟିଲେସନ୍, ଆଲୋକ ଓ ତାପନିୟନ୍ତ୍ରଣ ସହିତ କୁକୁଡା ମାନଙ୍କୁ କିପରି ଖାଦ୍ୟ ବଣ୍ଟନ କରାଯାଏ ତାହା ଶିଖିଥିଲେ ।