ମେ୦୧ ରୁ ମେ ୧୩ପର୍ଯ୍ୟନ୍ତ ହେବାକୁ ଥିବା ରକ୍ତ ଦାନ ଶିବିର ରଷଷ୍ଠ ଦିନରେ ୫୭ୟୁନିଟ ରକ୍ତ ସଂଗୃହୀତ…
ବରଗଡ-(ଭବାନୀ ଶଙ୍କର ପାଢ଼ୀ) ତା-୦୬-୦୫-୨୦୨୬ରିଖ (ବୁଧ ବାର)ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର ଜି ଙ୍କ ଜନ୍ମ ଦିନ ଅବସରରେ ନିଷ୍ଠା ପରିବାର, ସାହ୍ଲେପାଲି ଯୁବା ଗୋଷ୍ଠୀ ଓ ଆର୍ଟ ଅଫ ଲିଭିଙ୍ଗ ପରିବାର ର ମିଳିତ ଆନୁକୁଲ୍ୟରେ ଏକ ତେର ଦିନିଆଁ ରକ୍ତ ଦାନ ଶିବିର ର ଆଜି ଷଷ୍ଠ ଦିନରେ ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ଅନ୍ତର୍ଗତ ରେଶମ ,ସାହ୍ଲେପାଲି, ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ବରେଣ୍ୟ ଅତିଥି ଭାବରେ ରୁଦ୍ର ମାଧବ ସାହୁ ସରପଞ୍ଚ ବାବୁ ପାଲି, କୃଷ୍ଣ ବେହେରା, ସମାଜସେବୀ ବାବୁ ପାଲି , ଜିବର୍ଦ୍ଧନ ପଧାନ, ପ୍ରଧାନ ଶିକ୍ଷକ ସାହ୍ଲେପାଲି ଉଚ୍ଚ ବିଦ୍ୟାଳୟ, ଶ୍ୟାମ ସୁନ୍ଦର ଭୋଇ, ଜଗଦୀଶ ପଧାନ, ସୁରେନ୍ଦ୍ର କଠାର, ବାଲ ମକୁନ୍ଦ ଭୋଇ, ଲଳିତ କୁମାର ସାହୁ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୭ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ସାହ୍ଲେପାଲି ଯୁବା ଗୋଷ୍ଠୀ ସୁନୀଲ କୁମାର ବାରିକ, ସୁଦାମା ସାହୁ, ବାଳଗୋପାଳ ଭୋଇ, ପ୍ରଭାକର ପଧାନ, ଉମାକାନ୍ତ ନାଏକ, କ୍ଷୀରସିନ୍ଧୁ ସାହୁ, ରିଲୁ ପଧାନ , ନିକମ ଭୋଇ, ପୃଥ୍ୱୀ ଭୋଇ, ସୌଂଦର୍ୟ ପଧାନ, ଧର୍ମ ପଧାନ, ଭୋଜରାଜ ଭୋଇ ,ନିଷ୍ଠା ପରିବାର ଓ ଆର୍ଟ ଅଫ ଲିଭିଙ୍ଗ ର ସଦସ୍ୟ ସଦସ୍ୟା ଙ୍କ ସହ ସାହ୍ଲେପାଲି ଗ୍ରାମବାସୀ ମାନେ ସୁପରିଚାଳନା କରିଥିଲେ।ସମସ୍ତ ରକ୍ତ ଦାତା, ସହଯୋଗୀ, ଶୁଭେଚ୍ଛୁ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।
