ନାଟକରେ ଅପସଂସ୍କୃତି ଏକ ଧର୍ତ୍ତବ୍ୟ ଅପରାଧ ବୋଲି ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ସଂଘ ସ୍ବର ଉତ୍ତୋଳନ ।

ନାଟକରେ ଅପସଂସ୍କୃତି ଏକ ଧର୍ତ୍ତବ୍ୟ ଅପରାଧ ବୋଲି ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ସଂଘ ସ୍ବର ଉତ୍ତୋଳନ ।

ମା’ କୁରେଈଶୁଣି ଲୋକ ନାଟ୍ୟ ନିର୍ଦ୍ଦେଶକ ସଂଘ ତରଫରୁ ସାମ୍ପ୍ରତିକ ନାଟ୍ୟ ପରିବେଷଣ କ୍ଷେତ୍ରରେ ଦେଖା ଦେଇଥିବା ଅପସଂସ୍କୃତି ଘେନି ଘୋର ଉଦବେଗ ପ୍ରକାଶ ପାଇଛି। ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ତଥା ନିର୍ଦ୍ଦେଶକ ସଙ୍ଘ ଉପଦେଷ୍ଟା ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ସଭାପତିତ୍ୱରେ ସ୍ଥାନୀୟ ଗିରି ରୋଡ଼ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ପରିସରରେ ଅନୁଷ୍ଠିତ ବୈଠକରେ ସୀମାନ୍ତ ନାଟରାଜ ଡ଼ା. ତିରୁପତି ସାହୁ ମୁଖ୍ୟ ଅତିଥି, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଗୁରୁ ଉଦୟ ନାଥ ମହାରଣା ଓ ପ୍ରାକ୍ତନ ସଂଘ ସଭାପତି ଗୁରୁ ଜି. ରାଜେନ୍ଦ୍ର ରେଡ୍ଡୀ ସମ୍ମାନିତ ଅତିଥି ଏବଂ ସଂଘ ସଭାପତି ଗୁରୁ ଧର୍ମରାଜ ସ୍ୱାଇଁ ପ୍ରମୁଖ ମଂଚାସୀନ ଥିଲେ। ଏହି ଅବସରରେ ସାମ୍ପ୍ରତିକ ନାଟକରେ ଦେଖାଯାଉଥିବା ଅନାବଶ୍ୟକ ଅଶ୍ଳୀଳ ପ୍ରଦର୍ଶନ, ବନ୍ୟ ଓ ସର୍ପାଦି ପ୍ରାଣୀଙ୍କ ମଞ୍ଚ ପ୍ରଦର୍ଶନ, ରାକ୍ଷସ ଚରିତ୍ରର ଜୀବନ୍ତ କୁକୁଡ଼ା, ବତକ, ଛେଳି, ଘୁଷୁରୀ ଆଦିଙ୍କୁ ମାରି ରକ୍ତ-ମାଂସ ଭକ୍ଷଣର ବିଭତ୍ସ ଦୃଶ୍ୟ ସହ ସର୍ବଗ୍ରାହ୍ୟ ଆଦର୍ଶ ଚରିତ୍ରରେ ଅଶୋଭନୀୟ ଅଭିନୟ ପ୍ରଦର୍ଶନ ପରିପ୍ରେକ୍ଷିରେ ଉଦବେଗ ଓ କ୍ଷୋଭ ପ୍ରକାଶ ସହିତ ଘୋର ନିନ୍ଦା କରାଯାଇଥିଲା।

Leave a Reply

Your email address will not be published. Required fields are marked *