ଗଜପତିରେ ଅବକାରୀ ଚଢଉ: ବେଆଇନ ମଦ ଭାଟି ଛାରଖାର, 5 ଲକ୍ଷ ଟଙ୍କାରୁ ଉର୍ଦ୍ଧ ଦେଶୀ ମଦ ଓ ପୋଚ ଜବତ ।

ଗଜପତିରେ ଅବକାରୀ ଚଢଉ: ବେଆଇନ ମଦ ଭାଟି ଛାରଖାର, 5 ଲକ୍ଷ ଟଙ୍କାରୁ ଉର୍ଦ୍ଧ ଦେଶୀ ମଦ ଓ ପୋଚ ଜବତ ।

ଗଜପତିରେ ଅବକାରୀ ଚଢଉ: ବେଆଇନ ମଦ ଭାଟି ଛାରଖାର, 5 ଲକ୍ଷ ଟଙ୍କାରୁ ଉର୍ଦ୍ଧ ଦେଶୀ ମଦ ଓ ପୋଚ ଜବତ ।

ଗଜପତି, 28/6(ମନୋଜ ପାଢ଼ୀ):ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦେଶକ୍ରମେ ଚୋରା ମଦ କାରବାରକୁ ଜିଲ୍ଲାରୁ ସମ୍ପୂର୍ଣ ବିଲୋପ ପାଇଁ ସମଗ୍ର ଜିଲ୍ଲାରେ ଅବକାରୀ ଚଢଉ ଲଗାତାର ଭାବେ ଜାରି ରହିଛି । ଗତକାଲି ଓ ଆଜି ପାରଳାଖେମୁଣ୍ଡି ସଦର ଓ ଭ୍ରାମ୍ୟମାଣ ଅବକାରୀ ସ୍ୱ୍କ୍ୱାର୍ଡ ପକ୍ଷରୁ ଚଢାଉ କରାଯାଇ ଦେଶୀ ମଦ ରନ୍ଧା ଭାଟି ଗୁଡିକୁ ଭାଙ୍ଗି ଚୁରମାର କରାଯିବା ସହ 5 ଲକ୍ଷରୁ ଉର୍ଦ୍ଧ ଟଙ୍କାର ଦେଶୀ ମହୁଲ ମଦ ଓ ମହୁଲ ପୋଚକୁ ଜବତ କରାଯାଇଥିବା ଜଣା ଯାଇଛି । ଗଜପତି ଜିଲ୍ଲାର ରାୟଗଡ ଓ ଗୁରାଣ୍ଡି ଥାନା ଅଞ୍ଚଳର ଗୋଠେଇ, ଗୋବିନ୍ଦପୁର ଗ୍ରାମର ପାହାଡ଼ ପାର୍ଶ୍ଵରେ ଥିବା ଏକ ନାଳ ନିକଟରେ ଚାଲୁ ରହିଥିବା ବେଆଇନ ମଦ ଭାଟିକୁ ଚଢାଉ କରି ଭାଙ୍ଗି ଚୁରମାର କରାଯାଇଛି । ଏହି ଚଢଉରେ 620 ଲିଟର ଦେଶୀ ମହୁଲ ମଦ, 6 ହଜାର 400 ଲିଟର ମହୁଲ ପୋଚ ଆଦି ସହ ଦେଶୀ ମଦ ତିଆରିରେ ବ୍ୟବହୃତ ସରଞ୍ଜାମ ଗୁଡିକୁ ଜବତ କରାଯାଇ ନଷ୍ଟ କରାଯାଇଥିବା ସୂଚନା ମିଳିଛି । ଏହି ଚଢାଉରେ ମୋବାଇଲ ଅବକାରୀ ନିରୀକ୍ଷକ ମନୁ ଆୟଲ, ପାରଳାଖେମୁଣ୍ଡି ସଦର ଓଆଇସି ଦଣ୍ଡ ଶବର, ମିନତି ପାଇକ, ଦେବଦତ୍ତ ଶବର, ଉଷାଦେବୀ ଶବର, ସୁଶୀଲ ଘାଟିଆ, ମାନିନୀ ବେହେରା, ସର୍ବଶ୍ଵର ଦାସ ପ୍ରମୁଖ ଅବକାରୀ କର୍ମଚାରୀ ସାମିଲ ହୋଇଥିଲେ. ଏହି ଅବକାରୀ ଚଢ଼ଉ ପୂର୍ବରୁ ବେଆଇନ ମଦ କାରବାରରେ ସମ୍ପୃକ୍ତ ବ୍ୟକ୍ତିମାନେ ଅବକାରୀ କର୍ମଚାରୀଙ୍କୁ ଦେଖି ଜଙ୍ଗଲ ମଧ୍ୟରେ ଆତ୍ମଗୋପନ କରିବା ଯୋଗୁଁ ଏହି ମାମଲାରେ କାହାକୁ ଗିରଫ କରାଯାଇପାରିନାହିଁ । ତେବେ ଏନେଇ ମକଦ୍ଦ୍ୱମା ରୁଜୁ କରାଯାଇ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ ପାଇଁ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।