ରେମଣ୍ଡା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସ୍ଵାଧୀନତା ସଂଗ୍ରାମୀ କର୍ମବୀର ସ୍ଵର୍ଗତ ମଂଗଳୁ ପ୍ରଧାନ କଂ ୫୫ତମ ଶ୍ରାଦ୍ଧବାର୍ଷିକୀ ମହା ସମାରୋହରେ ପାଳିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଭେଡ଼େନ ବ୍ଳକ ରେମଣ୍ଡା ଗ୍ରାମର ସ୍ବାଧୀନତା ସଂଗ୍ରାମୀ କର୍ମବୀର ତଥା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାତା ସ୍ଵର୍ଗତ ମଙ୍ଗଳୁ ପ୍ରଧାନଙ୍କ ୫୫ତମ ଶ୍ରାଦ୍ଧବାର୍ଷିକୀ ଆଜି ରେମଣ୍ଡା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାରମ୍ଭ ରେ ରେମଣ୍ଡା ଉଚ୍ଚ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଏନସିସି ଛାତ୍ରଛାତ୍ରୀ ମାନେ ରେମଣ୍ଡା ଗ୍ରାମ ପରିକ୍ରମା କରିବା ସମୟରେ କର୍ମବୀର ମଙ୍ଗଳୁ ପ୍ରଧାନ ଅମର ରହେ ନାରା ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଦେବପ୍ରସନ୍ନ ଦାଶ। ଏଥିରେ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନନ୍ତ ଦାଶଙ୍କ ସଭାପତିତ୍ବ କରିଥିଲେ। ସଭାରେ ମୁଖ୍ୟ ଅତିଥିଭାବେ ରେମଣ୍ଡା ପଂଚାୟତ ର ସରପଞ୍ଚ ଉଦ୍ଧବ ବାରିକ,ମୁଖ୍ୟ ବକ୍ତାଭାବେ ଡାଃ ପ୍ରଶାନ୍ତ କୁମାର ପଣ୍ଡା,ସମ୍ମାନୀତ ବକ୍ତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ପ୍ରଧାନ,ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟ ଏସଏମସି ଚେୟାରମେନ ରାଶେଶ୍ବର ଭୋଇ,ପନ୍ଚ ଶିକ୍ଷା ସେତୁ ଉପସଭାପତି ଗଙ୍ଗାଧର ମେହେର ଓ ବିଦ୍ୟାଳୟ ର ସମସ୍ତ କମିଟିର ସଭ୍ୟ /ସଭ୍ୟା, ଅଭିଭାବକ /ଅଭିଭାବିକା ମାନେ ଯୋଗଦେଇ ଥିଲେ। ଅତିଥି ମାନେ ସ୍ବାଧୀନତା ସଂଗ୍ରାମୀ ସ୍ଵର୍ଗତ ପ୍ରଧାନଙ୍କ ଜୀବନୀ ଓ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ।
ଏହି ସଭା ରେ ଛାତ୍ର ପିୟୁଷ ଭୋଇ ଓ ପ୍ରଶାନ୍ତ କର ବକ୍ତବ୍ୟ ପ୍ରଦାନ କରିଥିଲେ। ସଭା ପ୍ରାରମ୍ଭରୁ ଅତିଥି ମାନେ ପ୍ରଥମେ ସ୍ଵର୍ଗତ ପ୍ରଧାନ କଂ ପ୍ରତି ମୂର୍ତ୍ତି ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ପରେ ସଭା ରେ ସରସ୍ଵତୀ, ଗଣେଶ ଓ ସ୍ଵର୍ଗତ ପ୍ରଧାନ କଂ ପ୍ରତିଛବି ନିକଟରେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭୀକ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହାକୁ ସଂଯୋଜନା ଚବିଳ ପ୍ରଧାନ। ପରିଶେଷରେ ଶିକ୍ଷୟତ୍ରୀ ଅନୁପମା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
