ପୁଟାସିଂ ଥାନା ଅନ୍ତର୍ଗତ ପିଣ୍ଡାଗୁଡ଼ି ଗ୍ରାମ ନିକଟରେ ୨୭୦୦୦ ଗଂଜେଇ ଗଛ ନଷ୍ଟ କଲା

ପୁଟାସିଂ ଥାନା ଅନ୍ତର୍ଗତ ପିଣ୍ଡାଗୁଡ଼ି ଗ୍ରାମ ନିକଟରେ ୨୭୦୦୦ ଗଂଜେଇ ଗଛ ନଷ୍ଟ କଲା ପୋଲିସ ବୁଧବାର ଦିନ ରାୟଗଡା ଜିଲ୍ଲା ପୋଲିସ ଓ ଗୁଣୁପୁର ପ୍ରଶାସନ ର ମିଳିତ ଭାବେ ପୁଟାସିଂ ଥାନା ଅନ୍ତର୍ଗତ ପିଣ୍ଡାଗୁଡ଼ି ଗ୍ରାମ ନିକଟରେ ୨୭୦୦୦ ଗଂଜେଇ ଗଛ ନଷ୍ଟ କଲା ପୋଲିସ। ବେଆଇନ ଭାବେ ୯ ଏକର ଜମିରେ ଚାଷ ହୋଇଥିବା ପ୍ରାୟ 27000 ଗଂଜେଇ ଗଛ ନଷ୍ଟ କରାଯାଇଛି। ଏ ସଂକ୍ରାନ୍ତରେ ପୁଟାସିଂ ଥାନା ରେ ଏକ କେଶ ରୁଜୁ ହୋଇଛି। ରାୟଗଡା ଏସପି ଙ୍କ ନିର୍ଦ୍ଧେଶ କ୍ରମେ ଗୁଣୁପୁର SDPO ଙ୍କ ତତ୍ୱାବଧାନ ରେ ପୁଟାସିଂ ଥାନା ଅଧିକାରୀଙ୍କ ଉପସ୍ଥିତି ରେ ପ୍ରଶାସନ, ପୋଲିସ, ଅବକାରୀ ବିଭାଗ, ବନ ବିଭାଗ ର ମିଳିତ ଭାବେ ଏହି ଗଂଜେଇ ଗଛ ନଷ୍ଟ କରିଥିଲେ। ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *