ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ।( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର )ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡାରେ ଏକ ଅଜଣା ଗାଡ଼ି ଧକ୍କାରେ ଅନୁଛାୟା ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳାଙ୍କର ଘର ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ କୁଶପଲୀ ହୋଇଥିବା ବେଳେ ସେ ଗତ କିଛି ମାସ ହେଲା ବାପା ଘରେ ରହୁଥିଲା। ଗତକାଲି ସନ୍ଧ୍ୟାରେ ବାପାଙ୍କର ଜମି କାର୍ଯ୍ୟରୁ ଘରକୁ ଫେରିବା ବେଳେ ଏକ ଚାରି ଚକିଆ ଯାନ ତାକୁ ଧକ୍କା ଦେଇଥିଲା। ଯାହା ଫଳରେ ସେ କିଛି ଦୁର ଛିଟିକି ପଡିଥିଲା। ଏତିକି ବେଳେ ଗାଡ଼ି ଡ୍ରାଇଭର ତାକୁ ରାସ୍ତା କଡ଼ରେ ଗଡେଇ ଦେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି। ସ୍ଥାନୀୟ ଲୋକେ ମହିଳାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି।ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଗାଡ଼ିର ଅନୁସନ୍ଧାନ ଚଳାଇ ଘଟଣା ର ତଦନ୍ତ ଚଳାଇଛନ୍ତି।
Related Posts
ଜାତୀୟ ପଞ୍ଚାୟତିରାଜ ଦିବସ -୨୦୨୫
‘ ଜାତୀୟ ପଞ୍ଚାୟତିରାଜ ଦିବସ -୨୦୨୫’ କାର୍ଯ୍ୟକ୍ରମରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗଦେଇ ବିଭିନ୍ନ ଲୋକାଭିମୁଖୀ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କ୍ରମରେ କୋରାପୁଟ ଜିଲ୍ଲାରେ କୋରାପୁଟର…
ଆଜି ମହା ଆଡମ୍ବର ସହକାରେ ଆର୍ଟ ଅଫ ଗିଭିଙ୍ଗ ର 12 ତମ ଦିବସ ପାଳିତ
ଆଜି ମହା ଆଡମ୍ବର ସହକାରେ ଆର୍ଟ ଅଫ ଗିଭିଙ୍ଗ ର 12 ତମ ଦିବସ ପାଳିତ ରାୟଗଡା : ଆନ୍ତଃର୍ଜାତୀକ ଦିବସ ରାୟଗଡା ସହରରେ ଉତ୍ସାହ ଓ…
ପାରଳାଖେମୁଣ୍ଡି ସ୍ଥିତ ବୃନ୍ଦାବନ ପେଲେସ ଠାରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ ।
ପାରଳାଖେମୁଣ୍ଡି ସ୍ଥିତ ବୃନ୍ଦାବନ ପେଲେସ ଠାରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ । ଆର,ଉଦୟଗିରି:୩୦/୪(ମନୋଜ ପାଢୀ)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ସ୍ଥିତ…
