ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ।( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର )ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡାରେ ଏକ ଅଜଣା ଗାଡ଼ି ଧକ୍କାରେ ଅନୁଛାୟା ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳାଙ୍କର ଘର ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ କୁଶପଲୀ ହୋଇଥିବା ବେଳେ ସେ ଗତ କିଛି ମାସ ହେଲା ବାପା ଘରେ ରହୁଥିଲା। ଗତକାଲି ସନ୍ଧ୍ୟାରେ ବାପାଙ୍କର ଜମି କାର୍ଯ୍ୟରୁ ଘରକୁ ଫେରିବା ବେଳେ ଏକ ଚାରି ଚକିଆ ଯାନ ତାକୁ ଧକ୍କା ଦେଇଥିଲା। ଯାହା ଫଳରେ ସେ କିଛି ଦୁର ଛିଟିକି ପଡିଥିଲା। ଏତିକି ବେଳେ ଗାଡ଼ି ଡ୍ରାଇଭର ତାକୁ ରାସ୍ତା କଡ଼ରେ ଗଡେଇ ଦେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି। ସ୍ଥାନୀୟ ଲୋକେ ମହିଳାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି।ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଗାଡ଼ିର ଅନୁସନ୍ଧାନ ଚଳାଇ ଘଟଣା ର ତଦନ୍ତ ଚଳାଇଛନ୍ତି।
Related Posts
କଲ୍ୟାଣସିଂହପୁର ଠାରେ ଘୋଷଯାତ୍ରା
କଲ୍ୟାଣସିଂହପୁର ଠାରେ ଘୋଷଯାତ୍ରା ରାୟଗଡା (ଅମୁଲ୍ୟ ନିଶଙ୍କ ) ରାୟଗଡା ଜିଲା କଲ୍ୟାଣସିଂ ହପୁର ବ୍ଲକରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଜୀଉଙ୍କ ଘୋଷଯାତ୍ରା ବା ରଥଯାତ୍ରା…
OAS Officers’ Association in Koraput Demands Action Over Attack on BMC Officer.
“At Koraput, the OAS Officers’ Association demanded strict action from the government against those involved in the attack on an…
ପ୍ରୋଷ୍ଟେଟ ବୃଦ୍ଧି ସଚେତନା ଓ ସ୍ଵାସ୍ଥ୍ୟ ଶିବିର
ପ୍ରୋଷ୍ଟେଟ ବୃଦ୍ଧି ସଚେତନା ଓ ସ୍ଵାସ୍ଥ୍ୟ ଶିବିର ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ପୌରୁଷଗ୍ରନ୍ଥି ବୃଦ୍ଧି ସଚେତନl ଓ ମାଗଣା ସ୍ବାସ୍ଥ୍ୟ…
