ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶଙ୍କରାଖୋଲରେ ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଉଦଘାଟନ…
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ଗ୍ରାମପଞ୍ଚାୟତ ନିକଟରେ ଥିବା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ତରଫରୁ ଶୀତ କାଳୀନ ସ୍ୱତନ୍ତ୍ର ଶିବିର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପ୍ରଧାନଙ୍କ ସଭାପତିତ୍ୱ ରେ ଉଦଘାଟନ ହୋଇଯାଇଛି l ଏହି ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ପୂର୍ବତନ ଜାତୀୟ ସେବା ଯୋଜନା ର କନ୍ଧମାଳ ଜିଲ୍ଲା ସଂଯୋଜକ ତଥା ଟିକାବାଲି କଲେଜର ଓଡ଼ିଆ ସାହିତ୍ୟକ, ଅଧ୍ୟକ୍ଷ ଶ୍ରୀ ଦୀନବନ୍ଧୁ ମହାନ୍ତି ଯୋଗ ଦେଇ ଜାତୀୟ ସେବା ଯୋଜନାର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ l ଏହି ସୁନ୍ଦର କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ଡ଼ଃ ବାବୁଲା ପଟ୍ଟଯୋଶୀ,ଶିବରାମ ବେହେରା,ଅଧ୍ୟାପିକା ସ୍ୱର୍ଣ୍ଣମୟୀ ମହାରଣା ଯୋଗ ଦେଇ ସେବାର ମହ୍ୱତ୍ୱ ଉପରେ ଆଲୋଚନା କରିଥିଲେ l ଏହି ଶିବିର କୁ ପ୍ରଗ୍ରାମ ଅଫିସର ରୀନାରାଣୀ ପ୍ରଧାନ ପରିଚାଳନା କରିଥିଲେ l ଏହି ଶିବିର ତା ୦୨-୧୧-୨୦୨୫ଠାରୁ ୦୮-୧୧-୨୦୨୫ ପର୍ଯ୍ୟନ୍ତ ଚାଲିବ ବୋଲି ଅଧ୍ୟକ୍ଷଙ୍କ ସୂଚନା l ଶିବିର ରେ ଶିକ୍ଷା,ସ୍ୱାସ୍ଥ୍ୟ, ପରିମଳ,ଜଙ୍ଗଲ ସୁରକ୍ଷା, ନିଶା ନିବାରଣ,ଉପରେ ପୋଷ୍ୟ ଗୁ ଡ୍ରି ଗାଁ ରେ ଜନସାଧାରଣ ଙ୍କୁ ସଚେତନତା କରିଥିଲେ l
