ଗଜପତି ରେ ବରିଷ୍ଟ ଓକିଲ ଙ୍କୁ ଏସିଡ ମାଡ ଘଟଣାରେ ସମ୍ପୃକ୍ତ ଆସାମୀ ଙ୍କୁ ଗିରଫ ସହ ଓକିଲ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଆଇନ ଆଣିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ । ଆର, ଉଦୟଗିରି(ମନୋଜ କୁମାର ପାଢୀ)- ଆଜି ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଠାରେ କାର୍ଯ୍ୟ କରୁଥିବା ଓକିଲ ତଥା ମୋହନା ଓକିଲ ସଂଘ ଏକତ୍ରିତ ହୋଇ କୋର୍ଟ ପରିସର ରୁ ଏକ ଶୋଭାଯାତ୍ରା ରେ ବାହାରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ଚି ତହସିଲଦାର ଙ୍କ ଅନୁପସ୍ଥିତିରେ ତହସିଲ ଅଫିସ ର ବରିଷ୍ଟ କିରାଣୀ ଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ସେହି ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଚଳିତ ମାସ ନ’ତାରିଖ ଅପରାହ୍ନ ୪.୩୦ ମିନିଟ ସମୟରେ ପାରଳାଖେମୁଣ୍ଡି ର ବରିଷ୍ଟ ଓକିଲ ପି. ରାମା ରାଓ ଘରେ ବିଶ୍ରାମ ନେଉଥିବା ସମୟରେ ଦୁଇ ଜଣ ମୁଖା ଧରି ଦୁର୍ବୃତ୍ତ ବୁଲେଟ୍ ରେ ଆସି କବାଟ ବାଡେଇ ଡାକି ଅତର୍କିତ ଏସିଡ ମାଡ କରି ସେହି ଦିନ ଠାରୁ ଫେରାର ଅଛନ୍ତି। ସେହି ଘଟଣା ଫଳରେ ବରିଷ୍ଟ ଓକିଲ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଆସାମୀ ମାନଙ୍କୁ ଯଥା ଶୀଘ୍ର ଗିରଫ କରିବା ସହ ଓକିଲ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଏକ ଆଇନ ଆଣିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରି ଦାବୀ ପତ୍ର ପ୍ରଦାନ କରିଛନ୍ତି। ଏହି ଦାବୀ ପତ୍ର ପ୍ରଦାନ ସହ ଶୋଭାଯାତ୍ରା ର ନେତୃତ୍ଵ ନେଇଥିଲେ ବାର ଆସୋସିଏସନ୍ ର ସଭାପତି ସନ୍ତୋଷ କୁମାର ପାଢ଼ୀ ଏବଂ ସଂଗଠନ ର କର୍ମକର୍ତ୍ତା। ଏବଂ ଶୋଭାଯାତ୍ରା ରେ ସମସ୍ତ ଓକିଲ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା।
Related Posts
ବିଜେପିରେ ମିଶିଲେ ନିମାପଡ଼ା ବିଧାୟକ ସମୀର ଦାଶ
ଭୁବନେଶ୍ୱର: (Abhishek Mohanty) ବିଜେପିରେ ମିଶିଲେ ନିମାପଡ଼ା ବିଧାୟକ ସମୀର ଦାଶ!ବିଜେଡି ଛାଡ଼ି ବିଜେପିରେ ମିଶିଲେ ସମୀର ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି ନିମାପଡ଼ା ବିଧାୟକ…
ସୁଭଦ୍ରା ଯୋଜନା ସଚେତନତା ପଦଯାତ୍ରାଆର, ଉଦୟଗିରି(ମନୋଜ କୁମାର ପାଢୀ)-: ରବିବାର ଦିବା 10 ଘ ସମୟରେ
ସୁଭଦ୍ରା ଯୋଜନା ସଚେତନତା ପଦଯାତ୍ରାଆର, ଉଦୟଗିରି(ମନୋଜ କୁମାର ପାଢୀ)-: ରବିବାର ଦିବା 10 ଘ ସମୟରେ ଆର, ଉଦୟଗିରି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମପଞ୍ଚାୟତର ସମସ୍ତ ମହିଳା…
ଭିକେ ପାଣ୍ଡିଆନ ଅବସର ଘୋଷଣା କଲେ
ଭିକେ ପାଣ୍ଡିଆନ ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ଭିଡିଓ ବାର୍ତ୍ତା ଜରିଆରେ !