ବନ୍ୟପ୍ରାଣୀ ସୁରକ୍ଷା ଓ ଆଇନ ଶୃଙ୍ଖଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ରାମନାଗୁଡ଼ାର ରାଜସ୍ୱ ନିରୀକ୍ଷକ ମଦନ ମୋହନ ପଣ୍ଡା ସମ୍ମାନିତ

ରାୟଗଡ (info media)ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଅନ୍ତର୍ଗତ ରାୟଗଡ଼ା ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଓ ଆଇନ ପ୍ରଣୟନ କ୍ଷେତ୍ରରେ ଏକ ପ୍ରଶଂସନୀୟ କାର୍ଯ୍ୟ ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ସମ୍ମାନିତ କରାଯାଇଛି। ରାମନାଗୁଡ଼ା ତହସିଲର କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ଶ୍ରୀ ମଦନ ମୋହନ ପଣ୍ଡାଙ୍କୁ ତାଙ୍କର ଅସାଧାରଣ ସହଯୋଗ ଓ ନିଷ୍ଠାପର କାର୍ଯ୍ୟ ପାଇଁ ଏହି ସମ୍ମାନଜନକ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି।ସୂଚନା ଅନୁଯାୟୀ, ଗୁଣୁପୁର ବନ ସଂରକ୍ଷଣ ପରିସୀମା ଅଧୀନରେ ଗତ ୧୦.୦୫.୨୦୨୪ ରିଖରେ ପଞ୍ଜୀକୃତ ହୋଇଥିବା ଏକ ବେଆଇନ କଳାବାଘ ଚମଡ଼ା ଚୋରା ଚାଲାଣ ମାମଲା O.R. No. 22/2024-25 ର ସଫଳ ବିଚାର ଏବଂ ଅପରାଧୀଙ୍କୁ ଦଣ୍ଡବିଧାନ କରାଇବାରେ ଶ୍ରୀ ପଣ୍ଡା ଜଣେ ଦୃଢ଼ ସାକ୍ଷୀ ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଏହି ନିର୍ଭୀକ ଓ ଆଦର୍ଶଗତ ସହଯୋଗ ଯୋଗୁଁ ବନ୍ୟପ୍ରାଣୀ ଅପରାଧ ବିରୁଦ୍ଧରେ ଚାଲିଥିବା ଆଇନଗତ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇପାରିଛି।ଶ୍ରୀ ମଦନ ମୋହନ ପଣ୍ଡାଙ୍କର ଏଭଳି ଉଦାହରଣୀୟ ଅବଦାନ ଏବଂ ମୂଲ୍ୟବାନ ସହାୟତା ବନ୍ୟପ୍ରାଣୀ ସୁରକ୍ଷା ଆଇନକୁ ଆହୁରି ମଜବୁତ କରିବାରେ ସହାୟକ ହୋଇଛି ବୋଲି ବନ ବିଭାଗ ପ୍ରକାଶ କରିଛି। ଏହି ଅବସରରେ ରାୟଗଡ଼ା ବନଖଣ୍ଡ ଅଧିକାରୀ ,ରାମନାଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଶ୍ରୀ ପଣ୍ଡାଙ୍କୁ ଏହି ପ୍ରଶଂସନୀୟ ସେବାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଜଣେ ସରକାରୀ ଅଧିକାରୀଙ୍କର ପରିବେଶ ଓ ଜଙ୍ଗଲ ବନ୍ୟପ୍ରାଣୀ ସୁରକ୍ଷା ପ୍ରତି ଥିବା ଏହି ଆନ୍ତରିକତା ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି ରାୟଗଡରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ