ସେମିଳିଗୁଡା ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷଙ୍କ ଅକାଳ ବିୟୋଗ। ସେମିଳିଗୁଡା ତାରିଖ ୧୮-୧୦-୨୦୨୫-ସେମିଳିଗୁଡା ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ ତଥା କୋରାପୁଟ ଜିଲ୍ଲାର ବୀର ସନ୍ତାନ କର୍ଣ୍ଣେଲ ଶିବ ପ୍ରସାଦ ବିଶ୍ବାଳଙ୍କ ଭୂବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଶିବ ପ୍ରସାଦ ଡୁମୁରିପୁଟ ନିକଟସ୍ଥ ନିଘାମାନଗୁଡାରେ ବାଲ୍ଯ କାଳ ସମାପ୍ତ ପରେ ବାହାରେ ଉଚ୍ଚ ଶିକ୍ଷା ଲାଭ କରି ସେମିଳିଗୁଡା ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ ଭାବରେ ଯୋଗଦାନ କରିଥିଲେ। ଏହାର କିଛି ମାସପରେ ସେ ସିଡିଏସ୍ ପାଇ ଆର୍ମିରେ ଯୋଗଦାନ କରି ସଫଳତାର ସହ ଦେଶ ମାତୃକାର ସେବାକରି କର୍ଣ୍ଣେଲ ପଦବୀରେ ଥାଇ ଅବସର ଗ୍ରହଣ କରିଥିଲେ। ଭୂବନେଶ୍ୱରରେ ସମାଜସେବା କାର୍ଯ୍ଯରେ ନିଜକୁ ସଂପୃକ୍ତ ରଖିଥୁଲେ। ବହୁ ଅସହାୟ,ଗରୀବ ଛାତ୍ର ଛାତ୍ରୀଙ୍କୁ ସେ ଆର୍ଥିକ ସାହାଯ୍ଯ କରୁଥିଲେ।ଅସୁସ୍ଥତା କାରଣରୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଅବସରରେ ତାଙ୍କର ବିୟୋଗ ଘଟିଛି। ଅବସରପ୍ରାପ୍ତ ପୋଲିସ ଅଧିକାରୀ ସ୍ବର୍ଗତ ଯୋଗେନ୍ଦ୍ର ନାଥ ବିଶ୍ବାଳଙ୍କର ସେ ମଧ୍ଯମ ପୁତ୍ର ଥିଲେ।ଶ୍ରୀ ବିଶ୍ବାଳଙ୍କ ବିୟୋଗରେ ସେମିଳିଗୁଡା,ଡୁମୁରିପୁଟ ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସେମିଳିଗୁଡା ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷଙ୍କ ଅକାଳ ବିୟୋଗ।
