ଆଜି କୁ 15ଦିନ ବିତିଯାଇ ଥିଲେ ସୁଦ୍ଧା ବିଦ୍ୟୁତ୍ ସେବା ପାଇବାରୁ ବଞ୍ଚିତ ଭୂସ୍ଖଳନ ହଇ ଥିବା ପେକଟ ଗ୍ରାମ ବାସୀ ।
ଗଜପତି(ମନୋଜ ପାଢୀ) ଲଗାଣ ବର୍ଷା ଯୋଗୁଁ ଭୁସ୍ଖଳନ ଫଳରେ ବିଦ୍ୟୁତ ଖୁଣ୍ଟ ନଷ୍ଟ ହେବା କାରଣରୁ ଅନେକ ଅଞ୍ଚଳ ଅନ୍ଧାରରେ ରହିଛି। ଗତ ୧ ତାରିଖରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ୨ ତାରିଖରେ ଭୁସ୍ଖଳନ ହୋଇଥିଲା। ଆଜି କୁ ୧୫ ଦିନ ବିତିଯାଇଥିଲେ ମଧ୍ୟ ରାୟଗଡ ଓ ନୁଆଁଗଡ ବ୍ଳକର ରାଙ୍ଗଲସିଂ, ଭନ୍ନାଡ, ବାରବା, ପାରାଜି ଆଦି ଗ୍ରାମର ୫୦୦ ରୁ ଊର୍ଦ୍ଧ୍ବ ପରିବାର ବିଦ୍ୟୁତ୍ ସେବା ପାଇବାରୁ ବଞ୍ଚିତ ଅଛନ୍ତି। ବାରମ୍ବାର ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରାଇବା ସହ ଲିଖିତ ଅଭିଯୋଗ ପରେ କୈଣଶି ପଦକ୍ଷେପ ନେଇନଥିବା ବେଳେ ଆଜି କ୍ଷେତ୍ର ପରିଦର୍ଶନ ନିମନ୍ତେ ଆସିଥିବା ସେକ୍ସନ ଅଧିକାରୀ ପିତାମ୍ବର ସାହୁ ଙ୍କୁ ଗ୍ରାମବାସୀ ଦିନ ତମାମ ଘଟଣା ସ୍ଥଳରେ ଅଟକ ରଖିଥିଲେ। ଦୀର୍ଘ ସମୟ ଧରି ଅଟକ ରଖିଥିଲେ ସୁଦ୍ଧା ସନ୍ଧ୍ୟା ସମୟ ପର୍ଯ୍ୟନ୍ତ କୈଣଶି ଉପରିସ୍ଥ ଅଧିକାରୀ ନ ଆସିନଥିବାରୁ ସନ୍ଧ୍ୟା ସମୟରେ ରାୟଗଡ ବ୍ଳକ ଉନ୍ନୟନ ଅଧିକାରୀ ଓ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। ତେବେ ଗ୍ରାମବାସୀ ଙ୍କ ଏକା ଜିଦ୍ ଆମ୍ଭମାନଙ୍କ ଭଳି ଜଙ୍ଗଲ ଭିତରେ ଅନ୍ଧାରରେ ରାତି ଯାପନ କର କଷ୍ଟ ବୁଝି ପାରିବ। ସେପଟେ ମରାମତି କିମ୍ବା ପୁନଃ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ଏଯାଏଁ ଅନୁମୋଦନ ମିଳି ପାରିନାହିଁ ତେଣୁ ଏଯାବତ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଯଦି ବିଭାଗର ଅନୁମୋଦନ ଆସେ ତାହା ହେଲେ ଗୋଟିଏ ଦୁଇଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ତାହା ହେଲେ ଆହୁରି ୮ ରୁ ଦଶ ଦିନ ବିନା ଆଲୁଅରେ ରହିବେ ଅଞ୍ଚଳ ବାସିନ୍ଦା। ତେବେ ଏଠି ବିଭାଗର ଅବହେଳାର ଶିକାର ହୋଇଛନ୍ତି କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀ ଲୋକଙ୍କ ଆକ୍ରୋଶର ଶିକାର ହୋଇ ଦିନ ତମାମ ଅଟକ ରହିଥିଲେ ସୁଦ୍ଧା ବିଭାଗିୟ ଉପରିସ୍ଥ ଅଧିକାରୀ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ନଥିବା ପରିତାପର ବିଷୟ। ସେପଟେ ମରାମତି କାର୍ଯ୍ୟ ୧୫ ଦିନ ପରେ ମଧ୍ୟ ମରାମତି କାର୍ଯ୍ୟ ଆରମ୍ଭ ହେଉନଥିବାରୁ ତାଙ୍କ କଥାରେ ବିଶ୍ବାସ ନକରି ଅଟକ ରଖିଛନ୍ତି , ଉପରିସ୍ଥ ଅଧିକାରୀ ଆସି ତତକ୍ଷଣାତ୍ କାର୍ଯ୍ୟ ଆରମ୍ଭ ନେଇ ପ୍ରତିଶୃତି ଦେଲେ ତାଙ୍କୁ ଛଡ଼ାଯିବ ବୋଲି କହିଛନ୍ତି ଅଞ୍ଚଳବାସୀ ।

