ଆରକେ ବାଳିକା ବିଦ୍ୟାଳୟରେ ସେବା କାର୍ଯ୍ୟକ୍ରମ

ଆରକେ ବାଳିକା ବିଦ୍ୟାଳୟରେ ସେବା କାର୍ଯ୍ୟକ୍ରମ

ଆରକେ ବାଳିକା ବିଦ୍ୟାଳୟରେ ସେବା କାର୍ଯ୍ୟକ୍ରମ

ସେମିଳିଗୁଡା ତାରିଖ ୫’୧୧’୨୦୨୬’ସେମିଳିଗୁଡାର ରାମକୃଷ୍ଣ ବାଳିକା ଉଚ୍ଚ ବିଦ୍ୟାଳୟରେ ସରକାରୀ ଅନୁଦାନ ନମିଳିବା ଯୋଗୁଁ ଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଜାଣିଲାପରେ ଲିଭ ଫର ଅଦର୍ସର ସାଧାରଣ ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର , ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଆନନ୍ଦ ପାଟୱାନିଆଙ୍କ ସୌଜନ୍ୟମୂଳକ ସହଯୋଗରେ ଛାତ୍ରୀମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ବସିବାପାଇଁ ବଡବଡ ଦରି ,ସାନଦରି,ଖାଇବା ବେଳେ ବସିବାପାଇଁ ପ୍ଲାଷ୍ଟିକର ଲମ୍ବା ମ୍ୟାଟ ପ୍ରଦାନ କରିଥିଲେ। ଏଥିସହିତ ସମସ୍ତ ଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଏଥିପାଇଁ ଛାତ୍ରୀମାନେ ଖୁସି ହୋଇଥିଲେ ଓ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଖେମୁଣ୍ଡୁ କୃତଜ୍ଞତା ଜ୍ଞାପନ କରିଥିଲେ।ଏହି ବିଦ୍ୟାଳୟଟି ନାନା ଅସୁବିଧା ଭିତରେ ଚାଲିଛି।