ରାୟଗଡ଼ା ଡୁଡା ସଂସ୍ଥା କାର୍ଯ୍ୟାଳୟରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ !

ରାୟଗଡ଼ା ଡୁଡା ସଂସ୍ଥା କାର୍ଯ୍ୟାଳୟରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ !

ରାୟଗଡ଼ା ଡୁଡା ସଂସ୍ଥା କାର୍ଯ୍ୟାଳୟରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ !
ରାୟଗଡ଼( info media)ଜିଲ୍ଲା ନଗର ଉନ୍ନୟନ ସଂସ୍ଥା କର୍ଯ୍ୟାଳୟରେ ଅର୍ଥ ଆତ୍ମସାତ ଅଭିଯୋଗ ହୋଇଛି । କାର୍ଯ୍ୟାଳୟର ଜଣେ ଅଧିକାରୀ ବିନୟ ହରିଜନ ସରକାରୀ ଅର୍ଥ ପ୍ରାୟ 1 କୋଟି 9 ଲକ୍ଷ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ନେଇଯାଇଥିବା ଜଣାପଡିଛି । ଏନେଇ ରାୟଗଡା ଡିଆରଡିଏ ପକ୍ଷରୁ ଟାଉନ୍ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।ସରକାରୀ ଅର୍ଥକୁ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିବା ପରେ ଦୀର୍ଘ 1 ସପ୍ତାହ ହେବ ବାବୁ ଜଣକ ନିଜ କୋଠରୀରେ ତାଲା ପକାଇ ଫେରାର୍ ହୋଇଯାଇଛନ୍ତି । ତାଙ୍କ ମୋବାଇଲ ଫୋନ୍ ବନ୍ଦ ରହିଥିବା ବେଳେ ସେ ବର୍ତ୍ତମାନ ଫେରାର୍ ଥିବା ଆଶଙ୍କା କରାଯାଉଛି । ବିନୟ ହରିଜନ ରାୟଗଡା ନଗର ଉନ୍ନୟନ ସଂସ୍ଥାରେ ପରିଚାଳନା ସୂଚନା ପ୍ରଣାଳୀ ବିଶେଷଜ୍ଞ ଭାବେ ଦୀର୍ଘ ଦିନ ହେବ କାମ କରୁଥିଲେ ।ତେବେ ସେ ଅଫିସକୁ ଆସୁନଥିବା ବେଳେ ସଂସ୍ଥାର ଅନ୍ୟ କର୍ମଚାରୀ ମାନେ ଅଫିସ କାର୍ଯ୍ୟ ଠିକରେ କରିପାରୁନଥିବା ଜଣାପଡିଛି । ବିନୟ ହରିଜନଙ୍କ କାର୍ଯ୍ଯାଳୟ କୋଠରୀରେ ଏବେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଅଧିକାରୀ ଜଣକ ସହରାଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ଓ ଏଲଇଡି ଟିଭି ପରିଚାଳନା କଥା ବୁଝୁଥିଲେ ବୋଲି ଜଣାପଡିଛି ।ବର୍ତ୍ତମାନ ଏହି ଘଟଣାରେ ଟାଉନ ଥାନାରେ ଏତଲା ଦିଆଯାଇନଥିବା ବେଳେ ବିଭାଗୀୟ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏଥିପାଇଁ ଏକ ଟିମ୍ ଗଠନ କରାଯାଇଥିବା ଜିଲ୍ଲା ପରିଷଦ ଅଧିକାରୀ ସୂଚନା ଦେଇଛନ୍ତି । ସରକାରୀ ଗାଡିର ତେଲ, ଦରମା ଓ ଅନ୍ୟ ବାବଦକୁ ବିଭିନ୍ନ ପର୍ଯ୍ୟାୟରେ ଅର୍ଥ ଅତ୍ମସାତ୍ ହୋଇଥିବା ଜଣାପଡିଛି । ପାଖାପାଖି 5 ବର୍ଷରୁ ଏହି ସରକାରୀ ଅର୍ଥକୁ ପର୍ଯ୍ୟାକ୍ରମେ ବିଭାଗୀୟ ଅଧିକାରୀ ବା ପିଡିଙ୍କ ଜାଲ ଦସ୍ତଖତ କରି ବିନୟ ହରିଜନ ବ୍ୟାଙ୍କ ମାଧ୍ୟମରେ ନିଜ ଆକାଉଣ୍ଟକୁ ନେଇ ଥିବା ଅଭିଯୋଗ ହୋଇଛି । ତେବେ ସଂପୃକ୍ତ ବ୍ୟାଙ୍କ ଏପରି ଅନିୟମିତତାକୁ କିପରି ଜାଣିପାରିଲା ନାହିଁ ବୋଲି ଏବେ ପ୍ରଶ୍ନ ଉଠୁଛି ।

ଏନେଇ ପୋଲିସର କିମ୍ବା ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।