ଜଙ୍ଗଲରୁ ୧୫୫ କିଲୋ ଗଞ୍ଜେଇ ଜବତ

ଜଙ୍ଗଲରୁ ୧୫୫ କିଲୋ ଗଞ୍ଜେଇ ଜବତ
Spread the love

ଜଙ୍ଗଲରୁ ୧୫୫ କିଲୋ ଗଞ୍ଜେଇ ଜବତ
ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗତକାଲି ମୋହନା ଅବକାରୀ ବିଭାଗ ଅଡବା ଥାନା ଅନ୍ତର୍ଗତ ଖାରୀଗୁଡା ଘଞ୍ଚ ଜଙ୍ଗଲରୁ ବିପୁଳ ପିରିମାଣର ଗଞ୍ଜେଇ ଜବତ କରାଯାଇଛି । ମିଳିଥିବା ସୁଚନା ପ୍ରକାରେ ମଙ୍ଗଳବାର ମୋହନା ଅବକାରୀ ଥାନା ଭାରପ୍ରାପ ଅଧିକାରୀ ଦଣ୍ଡ ଶବରଙ୍କ ନେତୃତ୍ବରେ କର୍ମଚାରୀ ଖବର ପାଇ ଅଚାନକ ଖାରୀଗୁଡା ଘଞ୍ଚ ଜଙ୍ଗଲରେ ଚଢାଉ କରିଥିଲେ । ଲୁକ୍କାୟିତ ଭାବେ ବାହାର ରାଜ୍ୟକୁ ଚାଲାଣ ହେବାକୁ ଥିବା ୧୫୫ କିଲୋ ଗଞ୍ଜେଇକୁ ଜବତ କରାଯାଇଥିଲା । ଚଢାଉ ବେଳେ ଘଟଣା ସ୍ଥୁଳରୁ କେହି ନଥିଲେ । ତଦନ୍ତ ଜାରୀ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି ।