ପାରିବାରିକ ଓ ସାମାଜିକ ବାର୍ତ୍ତା ନେଇ ମଞ୍ଚକୁ ଆସୁଛି ‘ବାବୁ ମୁଠେ ଭିକ ଦିଅ’

ପାରିବାରିକ ଓ ସାମାଜିକ ବାର୍ତ୍ତା ନେଇ ମଞ୍ଚକୁ ଆସୁଛି ‘ବାବୁ ମୁଠେ ଭିକ ଦିଅ’

ପାରିବାରିକ ଓ ସାମାଜିକ ବାର୍ତ୍ତା ନେଇ ମଞ୍ଚକୁ ଆସୁଛି ‘ବାବୁ ମୁଠେ ଭିକ ଦିଅ’…..

କନ୍ଧମାଳ , ୧୪/୦୯:( ରିପୋର୍ଟ କୁନା ଦିଗାଲ )ପବିତ୍ର ଦଶହରା ପର୍ବ ଅବସରରେ ଟିକାବାଲି ଠାରେ ପାରିବାରିକ ଓ ସାମାଜିକ ଭାବଧାରାକୁ ନେଇ ଆସୁଥିବା ଚର୍ଚ୍ଚିତ ନାଟକ **‘ବାବୁ ମୁଠେ ଭିକ ଦିଅ’ର ନାଟ୍ୟ ପୁସ୍ତକର ପୂଜା ପବିତ୍ର ଗଣେଶ ଚତୁର୍ଥୀ ସନ୍ଧ୍ୟା ସମୟ ରେ ଟିକାବାଲି ଠାରେ ଅନୁଷ୍ଠିତ I ଏହି ଅବସରରେ ପରିଷଦର ସଭାପତି ଶ୍ରୀ ତନୁଜ କୁମାର ଭୋଇଙ୍କ ସମେତ ପରିଚାଳନା କମିଟିର ସଦସ୍ୟ, ନାଟ୍ୟ ସଂଘର ସମସ୍ତ ସଦସ୍ୟ ଓ କଳାକାରମାନେ ଉପସ୍ଥିତ ରହି ନାଟ୍ୟ ପୁସ୍ତକ ପୂଜାରେ ସାମିଲ ହୋଇଥିଲେ।ନାଟକର ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ମଧ୍ୟ ଉପସ୍ଥିତ ରହି ନାଟକର ସଫଳ ମଞ୍ଚାୟନ, କଳାକାରଙ୍କ ଭୂମିକା ଓ ଆଗାମୀ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମରେ ଦିନକୃଷ୍ଣ ମହାପାତ୍ର, ସାଇରାମ ବେହେରା, ଜ୍ୟୋତିରାଜ ମହାପାତ୍ର, ଚକ୍ରାପାଣି ସାହୁ, ଅରବିନ୍ଦ ମହାପାତ୍ର, ମାନଭଞ୍ଜ ବେହେରା, ଦେବୀପ୍ରସାଦ ସାହୁ, ପ୍ରମିଶ ଦିଗାଳ, କୁନା ପାତ୍ର, ସୁଶାନ୍ତ ନାୟକଓ ପଞ୍ଚାନନ ପାଣିଗ୍ରାହୀଙ୍କ ସମେତ ବହୁ ସଦସ୍ୟ ଓ କଳାକାର ଉପସ୍ଥିତ ଥିଲେ।‘ବାବୁ ମୁଠେ ଭିକ ଦିଅ’ ଏକ ପାରିବାରିକ ଓ ସାମାଜିକ ନାଟକ ହୋଇଥିବାରୁ ଏହା ଦର୍ଶକଙ୍କୁ ମନୋରଞ୍ଜନ ସହିତ ସମାଜ ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ଓ ସଚେତନତାମୂଳକ ବାର୍ତ୍ତା ପ୍ରଦାନ କରିବ ବୋଲି ପରିଷଦ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।ନାଟକର ଆଗାମୀ ମଞ୍ଚାୟନକୁ ନେଇ ଟିକାବାଲି ଅଞ୍ଚଳର କଳାପ୍ରେମୀ ଓ ନାଟ୍ୟପ୍ରେମୀଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଓ ଅପେକ୍ଷାର ପରିବେଶ ସୃଷ୍ଟି ହୋଇଛି।