21ତମ ଶପଥ ପାଠ ଉତ୍ସବ ଓ ତାଲିମ ଶିବିର

21ତମ ଶପଥ ପାଠ ଉତ୍ସବ ଓ ତାଲିମ ଶିବିର

*21ତମ ଶପଥ ପାଠ ଉତ୍ସବ ଓ ତାଲିମ ଶିବିର*

ଗଜପତି,(ମନୋଜ ପାଢ଼ୀ)-:ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ କେନ୍ଦ୍ରୀୟ ପରିଷଦ ଅଧିନସ୍ଥ ଚାନ୍ଦପୁର ସମାଜ କଲ୍ୟାଣ ମଣ୍ଡପ ଠାରେ ଅଦ୍ୟ ତା -06.09.2026ରିଖ ଦିବା 11 ଘଣ୍ଟା ସମୟରେ ସମାଜ କୁଳ ଗଙ୍ଗାଙ୍କ ଠାରେ ପ୍ରଦୀପ ପ୍ରଜ୍ୱଳନ ସହ ମଙ୍ଗଳ ଗୀତିକା ଗାନ ପୂର୍ବକ କେନ୍ଦ୍ରୀୟ ପରିଷଦ ସଭାପତିଙ୍କ ସମେତ ସମସ୍ତ କର୍ମକର୍ତ୍ତା,ଆଞ୍ଚଳିକ ପରିଷଦ ଓ ଗ୍ରାମ୍ୟ ପରିଷଦ କର୍ମକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବା ସହ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଉତ୍ସବ ସାହୁଙ୍କ ଦ୍ୱାରା 40 ଗୋଟି ସମାଜ ସଂଗଠନ କର୍ମକର୍ତ୍ତା ମାନେ ନିଜ ନିଜ ପଦ ପଦବୀର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖି ସମାଜର ହିତକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବେ ବୋଲି ଶପଥ ପାଠରେ ଭାଗ ନେଇଥିଲେ ଓ ମହାସଭା-2026 ର ଆୟ ବ୍ୟୟ ଅଟକଳ ପୁସ୍ତିକା ଉନ୍ମୋଚନ କରାଯାଇ ସର୍ବ ସମ୍ମୁଖରେ ସମାଜର ସଭ୍ୟ ତଥା ଆଦର୍ଶ ଶିକ୍ଷକ ନରେନ୍ଦ୍ର ସାହୁ ତାହାକୁ ପାଠ କରିଥଲେ।।ତତ୍ ପରେ ଦ୍ଵିତୀୟ ଅଧିବେଶନରେ ନବ ନିର୍ବାଚିତ ସଦସ୍ୟ ସଦସ୍ୟା ମାନଙ୍କ ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା। ଶପଥ ପାଠ ଓ ତାଲିମ୍ ଶିବିରରେ ଯୋଗ ଦେଇଥିଲେ କେନ୍ଦ୍ରୀୟ ସଭାପତି ଶ୍ରୀ ଦଣ୍ଡାସୀ ସାହୁ, ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁ,ଉପଦେଷ୍ଟା ଶ୍ରୀ ଯୋଗୀ ସାହୁ ଓ ଦଣ୍ଡପାଣି ସାହୁ, ଛଅ ଆଞ୍ଚଳିକ ନିମନ୍ତେ ନିୟୋଜିତ ଛଅ ଜଣ କେନ୍ଦ୍ରୀୟ ଉପ-ସଭାପତି,ସାଧାରଣ ସମ୍ପାଦକ ଶ୍ରୀ ଲକ୍ଷ୍ମଣ ସାହୁ,ଅଫିସ ସମ୍ପାଦକ,ଗଣ ମାଧ୍ୟମ ସମ୍ପାଦକ ଅକ୍ଷୟ ସାହୁ, କୋଷାଧକ୍ଷ ଓ ସହ କୋଷାଧକ୍ଷ,ଆଞ୍ଚଳିକ ଓ ଗ୍ରାମ୍ୟ ପରିଷଦ ସଭାପତି, ସମ୍ପାଦକ, କୋଷାଧକ୍ଷ ସହ ବିଭିନ୍ନ ଗ୍ରାମ୍ୟ ଓ ଆଞ୍ଚଳିକ ପରିଷଦ କର୍ମକର୍ତ୍ତା ଗଣ ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ସମାଜ ପ୍ରତି ଶାନ୍ତ ମନୋଭାବ ରଖି ସମାଜର କେମିତି ଉନ୍ନତି କରି ପାରିବେ କର୍ମକର୍ତ୍ତାଙ୍କୁ ବାର୍ତ୍ତା ଦେଇଥିଲେ ।ସଭାପତି ଶ୍ରୀ ସାହୁ ସବୁ କର୍ମକର୍ତ୍ତା ମାନଙ୍କୁ ସମାଜର ଜାତି ଭାଇ ଭଉଣୀ ମାନଙ୍କୁ କିପରି ଉଚିତ ନ୍ୟାୟ ଦେଇ ସମାଧାନ କରି ଘରେ ଘରେ ତଥା ସମାଜରେ ଶୃଙ୍ଖଳା ସ୍ଥାପନ ହୋଇ ପାରିବ ସେ ଦିଗରେ ବୁଝାଇ ଥିଲେ।ଏହି ସଭା ରେ ପ୍ରାୟ 300 ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଯୋଗ ଦେଇଥିଲେ।