*ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼, କୋର୍ଟରେ ଆତ୍ମସମର୍ପଣ କଲା ପରେ ଜେଲ୍ ଗଲେ ବିଦ୍ୟାଭାରତୀ ।

ଗଜପତି ( ମନୋଜ କୁମାର ପାଢୀ ରିପୋର୍ଟ):- ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଛି। ମୃତ ଏସିଏଫ୍‌ଙ୍କ ପତ୍ନୀ ବିଦ୍ୟାଭାରତୀ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜେଲ୍‌କୁ ପଠାଯାଇଛି। ତାଙ୍କର ଜାମିନ ଆବେଦନ ଖାରଜ ହେବା ପରେ ଏହି ପଦକ୍ଷେପ ନିଆଯାଇଛି।ସୂଚନା ଅନୁଯାୟୀ, ମାମଲାରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାରୁ ଛାଡ଼ ପାଇଁ ବିଦ୍ୟାଭାରତୀଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ତେବେ ଅଦାଲତ ଏହି ଆବେଦନକୁ ଖାରଜ କରିବା ସହ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ। ପରବର୍ତ୍ତୀ ସମୟରେ ଜାମିନ ପାଇବା ନେଇ କରାଯାଇଥିବା ଆଇନଗତ ଉଦ୍ୟମ ସଫଳ ନହେବାରୁ ଶେଷରେ ସେ କୋର୍ଟରେ ଆତ୍ମସମର୍ପଣ କରିଥିଲେ।ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଥିବା ଏହି ମାମଲାରେ ଏବେ ବିଚାର ପ୍ରକ୍ରିୟା ଆଗକୁ ବଢ଼ିବାକୁ ଯାଉଛି।

ଆସନ୍ତା ନଭେମ୍ବର ୪ ତାରିଖରେ ମାମଲାରେ ଚାର୍ଜ ଫ୍ରେମ୍ ହେବାକୁ ଥିବାରୁ ଏହାକୁ ନେଇ ସହରରେ ଚର୍ଚ୍ଚା ଲାଗି ରହିଛି।ଅନ୍ୟପକ୍ଷରେ, ଏହି ଘଟଣାକ୍ରମକୁ ନେଇ ମୃତ ସୌମ୍ୟରଞ୍ଜନଙ୍କ ପିତା ଅଭିରାମ ମହାପାତ୍ର ସନ୍ତୋଷ ପ୍ରକାଶ କରିଛନ୍ତି। ନ୍ୟାୟିକ ପ୍ରକ୍ରିୟା ଆଗକୁ ବଢ଼ୁଥିବାରୁ ସେ ଆଶ୍ୱସ୍ତି ଅନୁଭବ କରିଥିବା ଜଣାପଡ଼ିଛି।ଏହି ମାମଲାରେ ଆଗାମୀ ନଭେମ୍ବର ୪ ତାରିଖର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି।