ସିଙ୍ଗିପୁର ପଞ୍ଚାୟତ ଆବାସ ଯୋଜନାରେ ବଡ଼ ଦୁର୍ନୀତି ଅଭିଯୋଗ, ଧରାକୋଟ ବ୍ଲକ୍ ସମ୍ମୁଖରେ ଯୁବକଙ୍କ ଧାରଣା
ଧରାକୋଟ, ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଅନ୍ତର୍ଗତ ସିଙ୍ଗିପୁର ପଞ୍ଚାୟତରେ ଆବାସ ଯୋଜନା ବଣ୍ଟନରେ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଅଭିଯୋଗକୁ ନେଇ ଧରାକୋଟ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଯୁବକ ଧାରଣାରେ ବସିଛନ୍ତି।ସମାଜସେବୀ ଦୀପକ ଭାଇ କହିଛନ୍ତି ଯେ, ଦୀର୍ଘ ଦିନ ଧରି ଆବାସ ଯୋଜନାରେ ହୋଇଥିବା କଥିତ ଅନିୟମିତତା ଓ ଦୁର୍ନୀତିର ପର୍ଦ୍ଦାଫାସ କରି ଯୋଗ୍ୟ ଏବଂ ଗରିବ ହିତାଧିକାରୀଙ୍କୁ ସେମାନଙ୍କ ହକ୍ ଫେରାଇବା ଦାବିରେ ସେ ଏହି ଧାରଣା ଆରମ୍ଭ କରିଛନ୍ତି।ଧାରଣାକାରୀଙ୍କ ଦାବି ହେଉଛି ଯେ, ଆବାସ ଯୋଜନାର ଲାଭ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁ ଏବଂ ଅଭିଯୋଗର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନାନୁଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।ଗଞ୍ଜାମ ଜିଲ୍ଲା ରିପୋର୍ଟ: ଗଣେଶ ପାଣିଗ୍ରାହୀ ରିପୋର୍ଟ
