ରାୟଗଡ ଟ୍ରକ୍ ମାଲିକ ସଂଘରେ ଆର୍ଥିକ ଅନିୟମିତତା ନେଇ ଭାସ୍କରଙ୍କ ସମେତ ୪ଜଣଙ୍କ ବିରୋଧରେଥାନା ରେ ମାମଲା ରୁଜୁ
ରାୟଗଡ଼ (Info media): ରାୟଗଡଟ୍ରକ୍ ମାଲିକ ସଂଘରେ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ ଘଟଣାରେ ସ୍ଥାନୀୟ ଟାଉନ୍ ଥାନା ପୁଲିସ ପୂର୍ବତନ ବିଜେଡି ରାଜ୍ୟ ସଭାସଂସଦ ତଥା ବିଜୁ ସ୍ୱାଭିମାନ ମଞ୍ଚ ଆବାହକ ଓ ପୂର୍ବତନ ଟ୍ରକ ସଂଘ ପରିଚାଳକ ଏନ ଭାସ୍କର ରାଓଙ୍କ ସମେତ ତାଙ୍କ ପୁଅ କ୍ରିଷ୍ଣା ଚୈତନ୍ୟ, ପୂର୍ବତନ ସଭାପତି ମନ୍ମଧ ରାଓ ଏବଂ ପୂର୍ବତନ କୋଷାଧ୍ୟକ୍ଷ ଜି. କ୍ରିଷ୍ଣାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅଭିଯୋଗ ଅନୁଯାୟୀ, ୨୦୦୩ ରୁ ୨୦୨୩ ମଧ୍ୟରେ ସଂଘରେ ବ୍ୟାପକ ଆର୍ଥିକ ଅନିୟମିତତା ଘଟିଥିଲା । ୨୦୦୩ ମସିହାରେ ନକ୍ସଲ ସଂଗଠନକୁ ଚାନ୍ଦା ଦେବା ନାମରେ ପ୍ରତ୍ୟେକ ଟ୍ରକ୍ ମାଲିକଙ୍କଠାରୁ ୫ ହଜାରଟଙ୍କା ଆଦାୟ କରାଯାଇଥିଲା । ନକ୍ସଲ ନାମ ରେ ଚାନ୍ଦା ଆଦାୟ ଏକ ସାଙ୍ଗତିକ ଘଟଣା ଟ୍ରକ ଲୋଡିଙ୍ଗ ଓ ଅନ୍ଲୋଡି ବାବଦରେ ପ୍ରତି ଟ୍ରକ ପିଛା ୧ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇଥିବା ଅଭିଯୋଗ ରହିଛି। ଅଭିଯୋଗରେ ଆହୁରି ଦର୍ଶାଯାଇଛି ଯେ, ଭାସ୍କର ରାଓଙ୍କ ପ୍ରଛନ୍ନ ନେତୃତ୍ୱ ପ୍ରେ ସଂଘ ପରିଚାଳିତ ହେଇଥିବା ବେଳେ ବୈଧ ପଞ୍ଜିକରଣ ବିନା ଟ୍ରକ୍ ମାଲିକମାନଙ୍କଠାରୁ ବିଭିନ୍ନ ନାମରେ ଟଙ୍କା ଆଦାୟ କରାଯାଉଥିଲା | ସଂଘର ପ୍ରାୟ ୬୦ କୋଟି ଟଙ୍କା ବିଭିନ୍ନ ଆଳ ଦେଖାଇ ହଡ଼ପ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି।ବର୍ତ୍ତମାନର ଟ୍ରକ୍ ମାଲିକ ସଂଘ ସଭାପତି ତଥା ବରିଷ୍ଠ ଭାରତୀୟ ଜନତା ପାର୍ଟି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭେଙ୍କଟେଶ୍ଵର ରାଓ (କୋଣ୍ଡାବାବୁ) ପ୍ରାୟ ଦୁଇ ବର୍ଷ ପୂର୍ବେ ଏନେଇ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ସେତେବେଳେ ପୁଲିସ କେବଳ କେସ୍ ଢାଏରା ପଞ୍ଜିକୃତ କରି ଅନୁଧ୍ୟାନ କରିଥିବା ବେଳେ ଗତକାଲି ଜୁଲାଇ ୯ ତାରିଖରେ ଏହି · ଅଭିଯୋଗକୁ ଆନୁଷ୍ଠାନିକ ଭାବେ ଏତଲା ଭାବରେ ପଞ୍ଜିକୃତ କରିଛି। ଯାହାର କେଶ ନମ୍ବର 0255/26 ତାରିଖ 09/07/2026 ରେ ଆଇ ପି ସି1860 ଅଧିନିୟମ ରେ ଧାରା 460, 403, 417, 420, 384, 506 ଓ 34 ଅନୁଯାଇ କେଶ ରାଜୁ ହୋଇଛି l ଏହି ଆର୍ଥିକ ଅନିୟମିତତାର ଏକ ଉଚ୍ଚସ୍ତରୀୟ ତଦନ୍ତ ଇ ଡି, ସି ବି ଆଇ କରି ପ୍ରକୃତ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଅଭିଯୋଗକାରୀ ୟାଲା ଭେଙ୍କଟେଶ୍ଵର ରାଓ ରାଜ୍ୟ ସରକାରଙ୍କୁ ନିକଟରେ ଦାବି କରିଛନ୍ତି । କୋଣ୍ଡା ବାବୁ ପୁଣି ନିଜ ପ୍ରତକ୍ରିୟା ରେ କହିଛନ୍ତି ଯେ ଏନ ଭାସ୍କର ରାଓ ପୂର୍ବତନ ବିଜେଡି ସରକାର ଙ୍କୁ ବାହୁବଳୀ ନେତା ହୋଇଥିବା ରୁ ଚାପ ପକାଇ ଏହି ମାମଲା କୁ ଦବାଇ ରଖିଥିଲେ l ବର୍ତ୍ତମାନ ବିଜେପି ସରକାର ଆସିବା ରୁ ଏହି ମାମଲା ରାଜୁ ହେବାରେ ସମ୍ଭବ ହୋଇପାରିଛି ବୋଲି l ପୋଲିସ ଘଟଣା ର ତଦନ୍ତ କରି ପ୍ରକୃତ ଘଟଣା ବାହାରକୁ ଆଣିବ ତାହା ଦେଖିବାକୁ ବାକିରହିଲା ବୋଲି ଜନସାଧାରଣ ରେ ଆଲୋଚନା ଚାଲିଛି l ତେବେ ଏହି ଘଟଣା ସମ୍ପର୍କରେ ଏନ. ଭାସ୍କର ରାଓଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଲୁ କିନ୍ତୁ ପ୍ରତିକ୍ରିୟା ମିଳିପାରିନାହିଁ ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କୁ ରିପୋର୍ଟ
