ଗଞ୍ଜାମ ଜିଲ୍ଲା ଧରାକୋଟ: ‘ବିକାଶର ଧାରା’ ଠାରୁ ଦୂରରେ ବରଡାବିଲି ନୂଆ ରାସ୍ତା
ଧରାକୋଟ, ଗଞ୍ଜାମ: ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ରାସ୍ତାଘାଟର ଉନ୍ନତି କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ବରଡାବିଲି ଗ୍ରାମର ନୂଆ ରାସ୍ତା ଆଜି ମଧ୍ୟ ବିକାଶର ଧାରାରୁ ଦୂରରେ ରହିଛି। ରାସ୍ତାର ଦୟନୀୟ ଅବସ୍ଥା ଯୋଗୁଁ ସ୍ଥାନୀୟ ଲୋକମାନେ ଦୈନନ୍ଦିନ ଯାତାୟାତରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ବର୍ଷା ଦିନରେ ରାସ୍ତା କାଦୁଅ ଓ ଖାଲଖମାରେ ପରିଣତ ହେଉଥିବାରୁ ସ୍କୁଲ ଛାତ୍ରଛାତ୍ରୀ, ରୋଗୀ ଏବଂ ସାଧାରଣ ଲୋକଙ୍କ ଯାତାୟାତ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ୁଛି। ଅନେକ ଥର ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନଥିବା ବୋଲି ସ୍ଥାନୀୟ ଅଭିଯୋଗ କରିଛନ୍ତି।ଗ୍ରାମବାସୀମାନେ ଶୀଘ୍ର ରାସ୍ତାର ମରାମତି ଓ ଉନ୍ନତିକରଣ କାର୍ଯ୍ୟ କରିବାକୁ ପ୍ରଶାସନଙ୍କୁ ଦାବି କରିଛନ୍ତି।ରିପୋର୍ଟ: ଗଣେଶ ପାଣିଗ୍ରାହୀ, ଗଞ୍ଜାମ ଜିଲ୍ଲା ରିପୋର୍ଟ
