ଝରାପାଲି ମାର୍କେଟ ୟାର୍ଡ଼ ପରିସରରେ ରବିରୁତୁ ଧାନ ବିକ୍ରି ପାଇଁ ଚାଷୀ ମାନଙ୍କ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ ୟାର୍ଡ଼ ପରିସରରେ ଠାରେ ଆଜି ସକାଳ ଦିନ ୧୦ ସମୟରେ ରବିଧାନ ବିକ୍ରି ପାଇଁ ଏକ ଚାଷୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଝରାପାଲି ମାର୍କେଟ ଇନ୍ଚାଜ ଜାମିନୀ ଦାସ ପରିଚାଳନା କରିଥିଲେ ।ଏଥିରେ ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର ସଂପାଦକ ସୁବାଷ ଚନ୍ଦ୍ର ପୁରୋହିତ, ଝିଲିମିଣ୍ଡା ମାର୍କେଟ ଇନ୍ଚାଜ ବୁଲୁ ଦାସ ଓ ଏଗ୍ରିକଲଚର ଅଫିସର ପଂକଜିନୀ ପଣ୍ଡା ଯୋଗଦେଇ ଚଳିତ ରବି ଋତୁରେ ଚାଷୀ ମାନେ ଭଲ ଧାନ ଆଣି ବିକ୍ରି କରିବା ପାଇଁ ଆଲୋଚନା ହୋଇଥିଲା। ଏହି ସମୟରେ ବିଭିନ୍ନ ଗ୍ରାମ ରୁ ଆସିଥିବା ବହୁ ସଂଖ୍ୟାରେ ଛୋଟ ଚାଷୀ, ବଡ ଚାଷୀ ମାନେ ଯୋଗ ଦେଇ, ନିଜେ ନିଜର ଦାବୀ ଗୁଡିକ ମତବ୍ୟକ୍ତ କରିଥିଲେ। ଆଲୋଚନା ମାଧ୍ୟମରେ ସମସ୍ତ ସମାଧାନ କରିବା ପାଇଁ ସର୍ବ ସମ୍ମତି କ୍ରମେ ମତପ୍ରକାଶ ପାଇଥିଲା । ଏହି ସମୟରେ ଝରାପାଲି ମାର୍କେଟ ୟାର୍ଡ଼ କର୍ମଚାରୀ ଓ ସଂକ୍ରିଡା ସେବା ସମବାୟ ସମିତି ଲି ର କର୍ମଚାରୀ ଉପସ୍ଥିତ ରହି ଶିବିର ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ ଝରାପାଲି ମାର୍କେଟ ୟାର୍ଡ଼ ଇନ୍ଚାଜ ଜାମିନୀ ଦାସ ଉପସ୍ଥିତ ଥିବା ଚାଷୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
