ସାନ୍ଦୀଞ୍ଜାଜାର୍ଗି ଠାରେ ଟ୍ରାକ୍ଟର ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ଜଣେ ଗୁରୁତର
କନ୍ଧମାଳ ତା- ୧୭/୦୮/୨୬ (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଶଙ୍କରା ଖୋଲ ଠାରୁ କଇଁଝର ଯିବା ରାସ୍ତାରେ ଟ୍ରାକ୍ଟର ସହ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଜଣେ ବାଇକ୍ ଆରୋହୀ ମୃତ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଇଁଝର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁମ୍ଭାର ସାହିର ମାର୍କଣ୍ଡ ପ୍ରଧାନ ଙ୍କ ପୁଅ ମନହର ପ୍ରଧାନ ୨୦ (ବର୍ଷ) ଏବଂ କଣ୍ଠେଶ୍ବର କହଁର ଙ୍କ ପୁଅ କିରଣ କହଁର (୨୦) ବର୍ଷ ଦୁହେଁ ନିଜ ଘରୁ ମିସି ଗ୍ଲାମର ବାଇକ୍ ନମ୍ବର ଓଡି- ୧୨- ୮୮୯୧ ରେ କୈଣସି କାର୍ଯ୍ୟରେ ସଂଧ୍ୟା ୫ଟା ସମୟରେ ଶଙ୍କରାଖୋଲ ଯାଉଥିବା ବେଳେ ଶଙ୍କରାଖୋଲ ପଟୁ ଆସୁଥିବା ନମ୍ବର ଓଡି -୧୨- ଏଫ୍ ୪୭୦୯ ଟ୍ରାକ୍ଟର ସାନ୍ଦୀଞ୍ଜାଜାର୍ଗି ଗ୍ରାମ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ମୋନହର ପ୍ରଧାନ ଙ୍କର ଗୋଡ଼ ଉପରେ ଟ୍ରାକ୍ଟର ଚକା ଚଢ଼ି ଯିବାରୁ ଗୋଡ଼ ଛିଣ୍ଡି ଯାଇଥିବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। କିରଣ କହଁର ଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପ୍ରଥମେ ଗୁମାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ । ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଏନେଇ ମୋନହର ପ୍ରଧାନଙ୍କ ବାପା ମାର୍କଣ୍ଡ ପ୍ରଧାନ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତିକରି ପୋଲିସ ଏସ୍ ଆଇ ପଞ୍ଚାନନ ମଲ୍ଲିକ ଏବଂ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି କେସ୍ ନମ୍ବର ୧୬୭/୨୬ରେ ମାମଲା ରୁଜୁ କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ବେବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ଦେଇଛନ୍ତି ପଞ୍ଚାନନ ମଲ୍ଲିକ। ଏନେଇ କଇଁଝର ଗ୍ରାମରେ ଶୋକାକୁଳ ପରିବେଶ ଖେଳି ଯାଇଛି।
