ରାଇକିଆ ସୁଧା କିରଣ ମହାବିଦ୍ୟାଳୟ ରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ରେ ଅବସ୍ଥାପିତ ସୁଧାକିରନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ବରେ କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟଅତିଥି ଭାବେ କନ୍ଧମାଳ ମାଟିର ପୁଅ ତଥା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ର ଜେନେରାଲ ମ୍ୟାନେଜର ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଯୋଗଦେଇ ଛାତ୍ର,ଛାତ୍ରୀ ଙ୍କୁ ଆଗାମୀ ଭବିଷ୍ୟତ କିପରି ସୁରକ୍ଷିତ ରହିବା ସଙ୍ଗେ,ସଙ୍ଗେ ନେତୃତ୍ୱ ଓ ବ୍ୟକ୍ତିତ୍ୱର ବିକାଶ କିପରି ହୋଇପାରିବ ବକ୍ତବ୍ୟ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଶଙ୍କର।ଖୋଲ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ସନ୍ତୋଷ କୁମାର ପ୍ରଧାନ ,ଫୁଲବାଣୀ ବ୍ୟାଙ୍କ୍ ମ୍ୟାନେଜର ମନୋଜ କୁମାର ପତ୍ରୀ,ଯୁକ୍ତଦୁଇ ଅଧ୍ୟକ୍ଷ ଡ଼ ଶ୍ୟାମ ସୁନ୍ଦର ଡ଼ାଙ୍ଗୁଆ ଓ ଅଧ୍ୟାପକ ଡ ସନ୍ତୋଷ କୁମାର ନାୟକ ମଞ୍ଚାସୀନ ଥିଲେ । ଅଧ୍ୟାପକ ଆଲୋକ ପରିଚ୍ଛା,ନିଳାଞ୍ଚଳ ସାହୁ,ଧର୍ମେନ୍ଦ୍ର ଦିଗାଲ,ବିଭୂଷଣ ପ୍ରଧାନ,ବାଦଲ ନାୟକ, ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ବେହେରା, ଜେ,ବିଜୟଲକ୍ଷ୍ମୀ ଦୋରା ଏବଂ କଲେଜର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।
