ସମ୍ବଲପୁରୀ ଦିନ ଅବସର ରେ ନିଷ୍ଠା ପରିବାର ତରଫ ରୁ ରକ୍ତ ଦାନ ଶିବିର ୨୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ବରଗଡ ୧,୮(ଭବାନୀ ଶଙ୍କର ପାଢ଼ୀ) ବରଗଡ ରକ୍ତଭଣ୍ଡାର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗ୍ରୀଷ୍ମ ମାସ ଯାଇ ବର୍ତ୍ତମାନ ବର୍ଷା ମାସ ଆସିଲା ସତ କିନ୍ତୁ ରକ୍ତ ଭଣ୍ଡାର ମାନଙ୍କ ରେ ରକ୍ତ ର ଘୋର ଅଭାବ ରହିଛି। ଏହି ରକ୍ତା ଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ନିଷ୍ଠା ପରିବାର ତରଫ ରୁ ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାର ଙ୍କ ର
ଜନ୍ମ ଦିନ ସ୍ମୃତି ତଥା ସମ୍ବଲପୁରୀ ଦିନ ଅବସର ରେ ବରଗଡ଼ ରକ୍ତ ଭଣ୍ଡାର ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ମୁଖ୍ୟ ଅତିଥି ଭାବରେ ବିଶିଷ୍ଠ ହାସ୍ୟ କବି ଶ୍ରୀ ମୁନିରାମ କୁମ୍ଭାର ଯୋଗ ଦେଇ କରି ଫିତା କାଟି ଆନୁଷ୍ଠାନିକ ଭାବ ରେ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ସମ୍ବାନୀତ ଅତିଥି ଭାବରେ ଆମ ନିଷ୍ଠା ପରିବାର ର ସକ୍ରୀୟ ସଦସ୍ୟ ଶ୍ରୀ ବୁଲୁ ଶତପଥୀ ନିଜେ ଭାଇ ରକ୍ତ ଦାନ କରି ତାଙ୍କ ଜନ୍ମ ଦିନ ପାଳନ କରିଥିଲେ। ଏହି ଅବସରରେ ତାଙ୍କୁ ମଧ୍ଯ ସମ୍ବର୍ଦ୍ଧିତ କରାଯାଇଥିଲା। ଉଭୟ ଅତିଥି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିର ରୁ ସର୍ବମୋଟ ୨୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସମସ୍ତ ରକ୍ତ ଦାତା ମାନଙ୍କୁ ଆମ ନିଷ୍ଠା ପରିବାର ତରଫ ରୁ କୋଟି କୋଟି ପ୍ରଣାମ ଓ ଧନ୍ୟବାଦ। ବୁଲୁ ଶତପଥୀ ଭାଇ ଙ୍କୁ ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।ଏହି ଶିବିର କୁ ନିଷ୍ଠା ପରିବାର ର ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ, ଉପ ସଭାପତି ଶ୍ରୀ ସଚି ପଣ୍ଡା,ସମ୍ପାଦକ ଲୋକ ନାଥ ସାହୁ,କୋଷାଧ୍ୟକ୍ଷ ଶ୍ରୀ ଶ୍ୟାମ ସୁନ୍ଦର ସାହୁ, ମହିଳା ଶାଖା ସଂଯୋଜିକା ତ୍ରିପୁରା ସୁହୂଲା, ସୂତପା ଗଡଟିଆ, ରାଜ କିଶୋର ପଟ୍ଟନାୟକ, ଆଶିଷ କିରଣ ମହାପାତ୍ର ଓ ଅନ୍ୟ ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।
