କମନୱେଲ୍ଥ ଗେମ୍ସରେ ଭାରତକୁ ଡବଲ୍ ପଦକ, ଜାଭେଲିନ୍ରେ ନୀରଜଙ୍କ ରୌପ୍ୟ, ଯଶବୀରଙ୍କ କାଂସ୍ୟ
ଗ୍ଲାସଗୋ: ୨୦୨୬ କମନୱେଲ୍ଥ ଗେମ୍ସର ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଭାରତ ଦୁଇଟି ପଦକ ଜିତି ଦେଶକୁ ଗର୍ବିତ କରିଛି। ଭାରତର ଷ୍ଟାର୍ ଜାଭେଲିନ୍ ଥ୍ରୋଅର ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିବା ବେଳେ ଯଶବୀର ସିଂହ କାଂସ୍ୟ ପଦକ ହାସଲ କରିଛନ୍ତି।ନୀରଜ ଚୋପ୍ରା ୮୫.୮୩ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି ରୌପ୍ୟ ପଦକ ନିଜ ନାମରେ କରିଛନ୍ତି। ସେହିପରି ଯଶବୀର ସିଂହ ୮୫.୪୧ ମିଟର ଦୂରତା ହାସଲ କରି ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ କାଂସ୍ୟ ପଦକ ଜିତିଛନ୍ତି।ଏହି ଇଭେଣ୍ଟରେ ଶ୍ରୀଲଙ୍କାର ପାଥିରାଜେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୮୯.୭୫ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି କମନୱେଲ୍ଥ ଗେମ୍ସ ରେକର୍ଡ ସୃଷ୍ଟି କରିଛନ୍ତି।ଏକେ ଇଭେଣ୍ଟରେ ଭାରତ ପାଇଁ ଦୁଇଟି ପଦକ ଆସିବା ଦେଶର ଆଥଲେଟିକ୍ସ ପାଇଁ ଏକ ବଡ଼ ସଫଳତା ଭାବେ ବିବେଚିତ ହେଉଛି। ନୀରଜଙ୍କ ଅଭିଜ୍ଞତା ସହ ଯଶବୀରଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଭାରତୀୟ ଜାଭେଲିନ୍ର ଶକ୍ତିକୁ ପୁଣିଥରେ ପ୍ରମାଣିତ କରିଛି।
