ସଂକୁଳ ସ୍ତରୀୟ ସଂପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା.୨୯-୦୪-୨୦୨୬ରିଖ ବୁଧବାର ଦିନ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଭେଡେନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଂକୁଳ ସ୍ତରୀୟ ସଂପାଦକ ଓ ପ୍ରଧାନ ଆଚାର୍ଯ୍ୟ ଡ.ବିବେକାନନ୍ଦ ପଣ୍ଡା (ସଂକୁଳ ପ୍ରମୁଖ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସଂପାଦକ ଶ୍ରୀଯୁକ୍ତ ଗୋବିନ୍ଦ ଶତପଥୀ, ଶ୍ରୀଯୁକ୍ତ ରଘୁମଣି ଦେହେରୀ,ଶ୍ରୀଯୁକ୍ତଉମାକାନ୍ତ ମେଣ୍ଡଲୀ,ଶ୍ରୀଯୁକ୍ତ ବଳିଷ୍ଠ ଦେହେରୀ ଉପସ୍ଥିତ ଥିଲେ।ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ବାରିକ ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ଡ.ବିବେକାନନ୍ଦ ପଣ୍ଡା “ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା”ର ପୂର୍ବ ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ।ଉକ୍ତ ବୈଠକରେ ଶ୍ରୀଯୁକ୍ତ ଶଙ୍କର୍ଷଣ ମିଶ୍ର,ଶ୍ରୀଯୁକ୍ତ ଶିବାନନ୍ଦ ଦାଶ,ଶ୍ରୀଯୁକ୍ତ ଭୋଜରାଜ ଦୁଆନ୍,ଶ୍ରୀଯୁକ୍ତ ନରେନ୍ଦ୍ର ରଣା, ଶ୍ରୀଯୁକ୍ତ ମକୁନ୍ଦ ମହାରଣା,ଶ୍ରୀଯୁକ୍ତ କ୍ଷୀରେନ୍ଦ୍ର ରଣା,ଶ୍ରୀମାନ୍ ଗିରିଶ ଚନ୍ଦ୍ର ଦାଶ ଉପସ୍ଥିତ ଥିଲେ।ବୈଠକକୁ ଶ୍ରୀଯୁକ୍ତ ଶଙ୍କର୍ଷଣ ମିଶ୍ର ପରିଚାଳନା କରିଥିବାବେଳେ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକକୁ ସେବକ ଓ ସେବିକା ସହଯୋଗ କରିଥିଲେ।
